Sunday, February 23, 2025
21.1 C
Odisha

    ରାତି ସମୟରେ କେଶରେ ତେଲ ଲଗାଉଛନ୍ତି କି? ଭୋଗିବେ ଏହି ସବୁ ସମସ୍ୟା

    ଆଗକୁ ପଢନ୍ତୁ

    ବର୍ତ୍ତମାନ ସମୟରେ କେଶ ସମସ୍ୟା ବେସ୍ ବଢ଼ିଚାଲିଛି । କେଶ ସମସ୍ୟାକୁ ନେଇ ସମସ୍ତ ଲୋକେ ବହୁତ ଚିନ୍ତାରେ ରହୁଛନ୍ତି । ଛିଅମାନଙ୍କ ଠାରୁ ଆରମ୍ଭ କରି ପୁଅମାନେ ମଧ୍ୟ ଚିନ୍ତାରେ ରହୁଛନ୍ତି । କାରଣ ଏହା ଶରୀରରେ ମୁଖ୍ୟ ଅଂଶ ହୋଇଥାଏ । ଯଦି କେଶ ସୁନ୍ଦର ଥାଏ ତେବେ ମଣିଷ ମଧ୍ୟ ସୁନ୍ଦର ଦେଖାଯାଇଥାଏ । ହେଲେ ବର୍ତ୍ତମାନ ଏପରି ସମସ୍ୟା ହେଉଛି ଯେ କେଶ ବହୁତ ମାତ୍ରାରେ ଝଡିବାରେ ଲାଗୁଛି । କେଶ ଝଡିବାକୁ ନେଇ ଲୋକେ ବହୁତ ପ୍ରକାର ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି । ଏହାସହ ପାର୍ଲର ଯାଇ କେଶରେ କେୟାର ନେଇଥାନ୍ତି । ହେଲେ କେଶ ଛଡିବା ସମସ୍ୟା ଦୂର ନହୋଇ ଆହୁରି ବଢ଼ିବାର ଲାଗିଥାଏ । କେଶ ଝଡିବାରେ ଅନେକ କାରଣ ରହିଛି । ସେହି କାରଣଗୁଡିକ ହେଉଛି- ପୁଷ୍ଟିକର ଖାଦ୍ୟ ନଖାଇବା, ଅଧିକ ଷ୍ଟ୍ରେସ୍ ନେବା, ସଠିକ୍ ପରିମାଣରେ କେଶରେ ତେଲ ନଲଗାଇବା, ଏହି ସବୁ କାରଣରୁ କେଶ ସମସ୍ୟା ଅଧିକ ବଢ଼ଇଥାଏ । ହେଲେ ଆଜି ଆପଣଙ୍କୁ କହିବୁ ଯେ କେଶରେ କିପରି ଯତ୍ନ ନେବେ । ସବୁଠାରୁ ମୁଖ୍ୟ କଥା ହେଉଛି କେଶରେ ତେଲ ଲଗାଇବା ଏବଂ ଏହାକୁ କେଉଁ ସମୟରେ ଲଗାଇବା ଜାଣନ୍ତୁ ।

    ଅଧିକାଂଶ ଲୋକେ ଅଛନ୍ତି ଯେଉଁମାନେ କି ରାତିରେ ଶୋଇବା ପୂର୍ବରୁ ତେଲ ଲଗାଇ ଶୋଇଥାଆନ୍ତି, ଯାହା ଦ୍ୱାରା ତେଲ କେଶରେ ଭଲ ଭାବରେ ଶୋଷିତ ହୁଏ । ଏଥି ସହିତ କିଛି ଲୋକ ରାତିରେ ନିଜ କେଶରେ ତେଲ ଲଗାନ୍ତି ଏବଂ ଦିନର ଥକ୍କାପଣ ଦୂର କରିବା ପାଇଁ ଶୋଇଥାନ୍ତି । ହେଲେ ରାତି ସମୟରେ କେଶରେ ତେଲ ଲଗାଇବା ଠିକ୍ କିମ୍ବା ଭୁଲ ତାହା ଜାଣନ୍ତୁ ।

    ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, କେଶରେ ତେଲ ଲଗାଇବା ନିହାତି ଆବଶ୍ୟକ ହୋଇଥାଏ । କାରଣ ତେଲ ହିଁ କେଶକୁ ସୁନ୍ଦର କରିଥାଏ ଏବଂ ମୂଳରୁ ମଜବୁତ୍ ମଧ୍ୟ ରଖିଥାଏ । ହେଲେ ତେଲ ଲଗାଇବାର ଉପଯୁକ୍ତ ସମୟ ରହିଛି । ଯଦି ଆପଣ ରାତିରେ ମୁଣ୍ଡରେ ତେଲ ଲଗାଉଛନ୍ତି ତେବେ ଫଙ୍ଗଲ୍ ସଙ୍କ୍ରମଣର କାରଣ ହୋଇପାରେ । କେଶ ଅଧିକ ତେଲିଆ ହୋଇଯାଏ ଯେଉଁ କାରଣରୁ ରୂପି ହେବାକୁ ଲାଗିଥାଏ ।ଏହାସହ ଆପଣଙ୍କୁ ମନେ ରଖିବା ଉଚିତ୍ ଯେ ସାମ୍ପୁ କରିବାକୁ ଯିବାର ଏକ ଘଣ୍ଟା ପୂର୍ବରୁ କେଶରେ ତେଲ ଲଗାଇବା ଆବଶ୍ୟକ । କେଶରେ ତେଲ ଶୋଷିବା ପାଇଁ ୬-୭ ଘଣ୍ଟା ଆବଶ୍ୟକ କରେ ନାହିଁ, ୧ଘଣ୍ଟା ଯଥେଷ୍ଟ ହୋଇଥାଏ । ତେଣୁ କେଶ ଧୋଇବାର ୧ ରୁ ୨ ଘଣ୍ଟା ପୂର୍ବରୁ ତେଲ ଲଗାନ୍ତୁ ।ଯଦି ଆପଣଙ୍କର କେଶ ସମସ୍ୟା ହେଉଛି ତେବେ ଏହିପରି କେଶରେ ତେଲ ଲଗାଇ ଅନେକ ସମସ୍ୟାରୁ ମୁକ୍ତି ପାଆନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.1 ° C
    21.1 °
    21.1 °
    27 %
    1.8kmh
    0 %
    Sun
    21 °
    Mon
    33 °
    Tue
    35 °
    Wed
    35 °
    Thu
    36 °

    ସମ୍ବନ୍ଧିତ