Sunday, May 11, 2025
34.4 C
Odisha

    ବାତିଲ ହେଲା ଇସ୍କନର ଅଦିନିଆ ରଥଯାତ୍ରା

    ଆଗକୁ ପଢନ୍ତୁ

    ଆମେରିକା ହଷ୍ଟନରେ ଅଦିନିଆ ରଥଯାତ୍ରାକୁ ବାତିଲ କଲା ଇସ୍କନ । ହଷ୍ଟନରେ ଇସ୍କନ ପକ୍ଷରୁ ନଭେମ୍ବର ୩ରେ ସ୍ନାନଯାତ୍ରା ଓ ନଭେମ୍ବର ୯ରେ ହେବାକୁ ଥିବା ରଥଯାତ୍ରାକୁ ନେଇ ବିବାଦ ବଢ଼ିଥିଲା । ଜଗନ୍ନାଥ ପ୍ରେମୀ ଓ ପୁରୀ ସେବାୟତଙ୍କ ପକ୍ଷରୁ ତୀବ୍ର ବିରୋଧ ହୋଇଥିଲା । ଏହାକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଓ ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ଆପତ୍ତି ଉଠାଇଥିଲେ ।

    ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଧାର୍ଯ୍ୟ ତିଥି ବ୍ୟତୀତ ଅନ୍ୟ ଦିନରେ ନ କରିବାକୁ କୁହାଯାଇଥିଲା । ଏଭଳି ଅଦିନିଆ ରଥଯାତ୍ରା ଆୟୋଜନରୁ ନିବୃତ୍ତ ରହିବାକୁ ଇସ୍କନକୁ ଅନୁରୋଧ କରାଯାଇଥିଲା । ଏହାପରେ ଇସ୍କନ ପକ୍ଷରୁ ହଷ୍ଟନରେ ହେବାକୁ ଥିବା ଅଦିନିଆ ସ୍ନାନଯାତ୍ରାକୁ ବାତିଲ କରାଯାଇଛି । ପରଂପରା ଅନୁସାରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.4 ° C
    34.4 °
    34.4 °
    27 %
    0.4kmh
    0 %
    Sun
    42 °
    Mon
    42 °
    Tue
    43 °
    Wed
    43 °
    Thu
    43 °

    ସମ୍ବନ୍ଧିତ