Monday, October 19, 2026
23.2 C
Odisha

    ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଆସିବ: ପ୍ରଭାତୀ ପରିଡ଼ା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଆସିବ। ଏଥିଲାଗି ପୁଣି ତିଆରି ହେବ ସୁଭଦ୍ରା ଯୋଜନାର ଗାଇଡଲାଇନ୍। ତେବେ ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କୁ କେମିତି ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ କରାଯିବ,ସେନେଇ ନୂଆ ଗାଇଡ଼ ଲାଇନ ଆସିବ।

    ଏନେଇ ଆଜି ଅପରାହ୍ଣ ୩ଟା ରେ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ସୁଭଦ୍ରା ଯୋଜନାରେ ଅଯୋଗ୍ୟ ଘୋଷିତ ହେଇଥିବା ୨ ଲକ୍ଷ ୬୭ ହଜାର ରିଜେକ୍ଟ ଲିଷ୍ଟ ଉପରେ ଏହି ବୈଠକରେ ଆଲୋଚନା ହେବ। ଆଉ କେଉଁ ଆଧାରରେ କେମିତି ସେମାନଙ୍କର ଭେରିଫିକେସନ୍ କରାଯିବ ସେନେଇ ନିଷ୍ପତ୍ତି ହେବ। ରିଜେକ୍ଟ ଲିଷ୍ଟ ଆବେଦନକାରୀଙ୍କ ଉପରେ ପୁନର୍ବିଚାର କରାଯିବ। ଏହାଛଡ଼ା ଖୁବ୍ ଶୀଘ୍ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ