Friday, October 18, 2024
29.5 C
Odisha

    ହିଜବୁଲ୍ଲା ମୁଖ୍ୟ ନସରୁଲ୍ଲାର ଅନ୍ତିମ ସଂସ୍କାର ଆଜି: କୌଣସି ବି ମୁହୂର୍ତ୍ତରେ ଆକ୍ରମଣ କରିପାରେ ଇସ୍ରାଏଲ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଇରାନ ଓ ଲେବାନନର ଆକ୍ରମଣ ପରେ ବଡ଼ ଆକ୍ରମଣ ପାଇଁ ଯୋଜନା କରୁଛି ଇସ୍ରାଏଲ । କୌଣସି ମୁହୁର୍ତ୍ତରେ ବଡ଼ ଆକ୍ରମଣ କରିପାରେ ଇସ୍ରାଏଲ । ଟାର୍ଗେଟରେ ଇରାନର ପରମାଣୁ କେନ୍ଦ୍ର । ୟୁରାନିଅମ୍ ଖଣି, ସାମରିକ ଘାଟିକୁ ଧ୍ବଂସ କରିବାକୁ ଯୋଜନା କରିଛି ଆଇଡିଏଫ । ଆଜି ନିହତ ହୋଇଥିବା ହିଜବୁଲ୍ଲା ମୁଖ୍ୟ ନସରୁଲ୍ଲାର ଅନ୍ତିମ ସଂସ୍କାର ହେବାର ଅଛି। ଏହି ଦିନ ଲେବାନନ ପଟୁ ବଡ଼ଧରଣର ରକେଟ ମାଡ଼ ହେବାର ଆଶଙ୍କା ରହିଛି । ଇସ୍ରାଏଲ ନିଜର ନାଗରିକଙ୍କୁ ବମ୍ ସେଲଟର ବା କ୍ଷେପଣାସ୍ତ୍ର ପ୍ରତିରୋଧ ପାଇଁ ସ୍ବତନ୍ତ୍ର ଭାବେ ତିଆରି ହୋଇଥିବା ଶିବିରକୁ ଚାଲିଯିବାକୁ କହିଛି । ବିଶେଷକରି ଇସ୍ରାଏଲର ଉତ୍ତର ଭାଗରେ ଥିବା ନାଗରିକମାନଙ୍କୁ ନେତାନ୍ୟାହୁ ସରକାର ପରାମର୍ଶ ଦେଇଛି ।

    ସେପଟେ ଲେବାନନ ସମର୍ଥନରେ ଛିଡ଼ା ହୋଇଛି କତାର। ଲେବାନନକୁ ସବୁ ପ୍ରକାର ସହାୟତା ଯୋଗାଇବାକୁ କାତାରର ଶେଖ ଘୋଷଣା କରିଛନ୍ତି। ଇରାନରେ ପୁଣି ଥରେ ବିମାନ ଚଳାଚଳ ଆରମ୍ଭ ହୋଇଛି । ଇସ୍ରାଏଲ ଉପରେ ମଙ୍ଗଳବାର କ୍ଷେପଣାସ୍ତ୍ର ମାଡ଼ କରିଥିଲା ତେହେରାନ, ସେହିଦିନଠାରୁ ଇରାନରେ ବିମାନ ଚଳାଚଳକୁ ବନ୍ଦ ରଖାଯାଇଥିଲା ।

    ଯୁଦ୍ଧ ସ୍ଥିତି ବଢ଼ୁଥିବା ବେଳେ ଇସ୍ରାଏଲ ସମର୍ଥନରେ ଛିଡ଼ା ହୋଇଛି ଆମେରିକା । ଉଭୟ ଆମେରିକା ଓ ଇସ୍ରାଏଲ ମିତ୍ର ରାଷ୍ଟ୍ର । ଏବେ ଇସ୍ରାଏଲ ବିଭିନ୍ନ ଫ୍ରଣ୍ଟରେ ଯୁଦ୍ଧ ଲଢ଼ୁଛି । ଗୋଟିଏ ପଟେ ହମାସ ସହ ଲଢ଼େଇ ଚାଲିଛି । ଲେବାନନର ହିଜବୁଲ୍ଲା ଗୋଷ୍ଟୀ ସହ ବି ଆକ୍ରମଣ ପ୍ରତି ଆକ୍ରମଣ ଚାଲିଛି । ସେପଟେ ଇରାନ ମଧ୍ୟ ଆକ୍ରମଣର ଧମକ ଦେଉଛି । ଏପରି ସ୍ଥିତି ନେତାନ୍ୟାହୁ ସରକାରର ସମର୍ଥନରେ ବାହାରିଛନ୍ତି ଆମେରିକାର ଜୋ ବାଇଡେନ ସରକାର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.5 ° C
    29.5 °
    29.5 °
    72 %
    1.4kmh
    91 %
    Fri
    29 °
    Sat
    31 °
    Sun
    25 °
    Mon
    29 °
    Tue
    29 °

    ସମ୍ବନ୍ଧିତ