Wednesday, April 8, 2026
37.8 C
Odisha

    ‘ଜୟ ଶ୍ରୀରାମ’ ଲେଖି କ୍ଷମା ମାଗିଲେ ନୟନତାରା

    ଆଗକୁ ପଢନ୍ତୁ

    ବିବାଦ ପରେ କ୍ଷମା ମାଗିଲେ ସାଉଥ୍ ଅଭିନେତ୍ରୀ ନୟନତାରା। ‘ଅନ୍ନପୂର୍ଣ୍ଣି’ ସିନେମାରେ ଏକ ସିନକୁ ନେଇ ବିବାଦ ଉପୁଜିବା ପରେ ଜୟ ଶ୍ରୀ ରାମ ଲେଖି କ୍ଷମା ପ୍ରାର୍ଥନା କରିଛନ୍ତି ନୟନତାରା। ଧାର୍ମିକ ଭାବାବେଗକୁ ଆଘାତ ପହଞ୍ଚା ଯାଇଥିବା ଦର୍ଶାଇ ସିନେମା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହୋଇଥିଲା। ଏହାପରେ ଫିଲ୍ମ ନିର୍ମାତା ଆଉ ଏବେ ଅଭିନେତ୍ରୀ ନୟନତାରା କ୍ଷମା ପ୍ରାର୍ଥନା କରିଛନ୍ତି।

    ଡିସେମ୍ବର ୧ରେ ରିଲିଜ୍ ହୋଇଥିବା ସିନେମା ‘ଅନ୍ନପୂର୍ଣ୍ଣି’କୁ ନେଇ ତୀବ୍ର ବିରୋଧ ଦେଖାଦେଇଥିଲା। ବିଶ୍ୱ ହିନ୍ଦୁ ପରିଷଦ ନେଟଫ୍ଲିକ୍ସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହିନ୍ଦୁ ଏବଂ ବ୍ରାହ୍ମଣ ସମ୍ପ୍ରଦାୟର ଭାବନାକୁ ଆଘାତ ଦିଆଯାଇଥିବା ଅଭିଯୋଗ କରି ବିକ୍ଷୋଭକାରୀମାନେ ଫିଲ୍ମକୁ ବ୍ୟାନ୍ କରିବାକୁ ଦାବି କରିଥିଲେ। ଫିଲ୍ମ ନିର୍ମାତାମାନେ ମଧ୍ୟ ହିନ୍ଦୁ ଏବଂ ବ୍ରାହ୍ମଣ ସମ୍ପ୍ରଦାୟକୁ କ୍ଷମା ମାଗିଛନ୍ତି। ବିବାଦ ପରେ ନେଟଫ୍ଲିକ୍ସ ଏହି ଚଳଚ୍ଚିତ୍ରକୁ ପ୍ଲାଟଫର୍ମରୁ ହଟାଇ ଦେଇଛି। ବର୍ତ୍ତମାନ ନୟନତାରା ନିରବତା ଭଙ୍ଗ କରି ଫିଲ୍ମ ସହ ଜଡିତ ବିବାଦକୁ ନେଇ ସୋଶାଲ ମିଡିଆରେ ଏକ ଲମ୍ବା ନୋଟ୍ ଲେଖି କ୍ଷମା ମାଗିଛନ୍ତି। ‘ଜୟ ଶ୍ରୀ ରାମ’ରୁ ଆରମ୍ଭ ହୋଇଥିବା ଏହି ନୋଟରେ ନୟନତାରା ଲେଖିଛନ୍ତି, ‘ଆମେ ଜାଣିଶୁଣି ଆପଣମାନଙ୍କ ଭାବନାକୁ ଆଘାତ ଦେଇନାହୁଁ। ଏକ ସକାରାତ୍ମକ ବାର୍ତ୍ତା ପହଞ୍ଚାଇବାକୁ ଆମେ ଏକ ଛୋଟିଆ ପ୍ରୟାସ କରିଥିଲୁ।’

    ‘ଅନ୍ନପୂର୍ଣ୍ଣି’ ବିବାଦ କ’ଣ ଥିଲା?
    ‘ଅନ୍ନପୂର୍ଣ୍ଣି’ ଜଣେ ବ୍ରାହ୍ମଣ ଝିଅର କାହାଣୀ ଉପରେ ଆଧାରିତ, ଯାହାଙ୍କ ପିତା ଜଣେ ମନ୍ଦିର ପୁରୋହିତ। କିନ୍ତୁ ଝିଅର ରୋଷେଇ କରିବାକୁ ବହୁତ ପସନ୍ଦ ଏବଂ ସେ ଜଣେ ଟପ୍ ରୋଷେୟା ହେବାକୁ ଚାହାନ୍ତି। ଏଥିପାଇଁ ତାଙ୍କୁ ନନ୍ ଭେର୍ ରୋଷେଇ ଏବଂ ଖାଇବାକୁ ପଡିବ। ନନଭେଜ୍ ବିଷୟରେ ନୟନତାରାଙ୍କ ଚରିତ୍ରର ଦ୍ୱନ୍ଦ୍ୱକୁ ଦୂର କରିବାକୁ, ତାଙ୍କ ବନ୍ଧୁ ଗୋଟିଏ ଦୃଶ୍ୟରେ କହୁଛନ୍ତି ଯେ ପ୍ରଭୁ ରାମ ଏବଂ ତାଙ୍କ ଭାଇ ଲକ୍ଷ୍ମଣ ମଧ୍ୟ ନିର୍ବାସନ ସମୟରେ ନନଭେଜ୍ ଖାଉଥିଲେ। ଗୋଟିଏ ଦୃଶ୍ୟରେ ନୟନତାରା ନନଭେଜ୍ ରାନ୍ଧିବା ପାଇଁ ହିଜାବ ପିନ୍ଧିଥିବାର ନଜର ପିନ୍ଧିଥିବା ମଧ୍ୟ ଦେଖିବାକୁ ମିଳିଥିଲା।

    ଏହି ଦୃଶ୍ୟକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ତୀବ୍ର ବିରୋଧ କରିଥିଲା। ନେଟଫ୍ଲିକ୍ସରୁ ଫିଲ୍ମ ହଟିବା ପରେ ‘ଅନ୍ନପୂର୍ଣ୍ଣି’ର ସହ-ନିର୍ମାତା ଜି ଷ୍ଟୁଡିଓ ଏକ ନୋଟ୍ ଲେଖି ଜନସାଧାରଣଙ୍କୁ କ୍ଷମା ମାଗିଥିଲେ ଏବଂ ଏଥିରୁ ବିବାଦୀୟ ଦୃଶ୍ୟ ହଟାଇବା ପରେ ଫିଲ୍ମର ଏକ ନୂଆ ଭର୍ସନ ପ୍ରକାଶ ପାଇବ ବୋଲି କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.8 ° C
    37.8 °
    37.8 °
    13 %
    3.6kmh
    3 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ