Thursday, May 23, 2024
26.3 C
Odisha

    ବାଘ ଛାଲ ଜବତ, ଜଣେ ଗିରଫ

    ଆଗକୁ ପଢନ୍ତୁ

    ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ରାଣୀପଥ ଗାଁ ନିକଟରେ ଏସ୍‌ଟିଏଫ୍ ଟିମ୍ ଆଜି ଚଢ଼ାଉ କରି ଗୋଟିଏ କଲରାପତରିଆ ବାଘର ଛାଲ ଜବତ କରିଛି। ଏହା ସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ଗୌତମ ବେହେରା (୫୫)। ତାଙ୍କ ଘର କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁରୁଦୁକୁମ୍ପାର ନୂଆସାହିରେ। ଗୌତମ ବାଘ ଛାଲ ରଖିଥିବା ଓ ତାକୁ ବିକ୍ରି ପାଇଁ ଯୋଜନା କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ଏସ୍‌ଟିଏଫ୍ ଟିମ୍ ଚଢ଼ାଉ କରିଥିଲା। ଜବତ ବାଘ ଛାଲଟିକୁ ବାୟୋଲୋଜିକାଲ ଟେଷ୍ଟ ପାଇଁ ଡେରାଡୁନ ସ୍ଥିତ ୱାଇଲ୍‌ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(WII)କୁ ପଠାଯିବ ବୋଲି ଏସ୍‌ଟିଏଫ୍ ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26.3 ° C
    26.3 °
    26.3 °
    84 %
    3.2kmh
    18 %
    Wed
    26 °
    Thu
    39 °
    Fri
    40 °
    Sat
    39 °
    Sun
    38 °

    ସମ୍ବନ୍ଧିତ