Thursday, April 2, 2026
26.4 C
Odisha

    ହତ୍ୟାକାରୀ ବଡ଼ଭାଇକୁ ଆଜୀବନ କାରାଦଣ୍ଡ

    ଆଗକୁ ପଢନ୍ତୁ

    ବରଗଡ଼ : ଛେଳି ମାଂସ ଭାଗବଣ୍ଟାକୁ କେନ୍ଦ୍ରକରି ଗତ ୨୦୧୯ରେ ହୋଇଥିବା ଏକ ହତ୍ୟାକାଣ୍ଡ ମାମଲାର ବିଚାର କରି ବରଗଡ଼ ଅତିରିକ୍ତ ଦୌରାଜଜ ସଂଘମିକ୍ରା ଶର୍ମା ଅଭିଯୁକ୍ତ ଫକୀର ଲାକ୍ରାକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ଏକ ବର୍ଷ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଳେଖ କରିଛନ୍ତି।
    ୨୦୧୯ ଜୁଲାଇ ୩୦ ତାରିଖରେ ଅତାବିରା ଥାନା ତଲାକଟା ଗ୍ରାମର କୁଟୁରୁ ଲାକ୍ରା ଏବଂ ତାଙ୍କ ଦୁଇ ପୁଅ ଫକୀର ଲାକ୍ରା ଓ କଟି ଲାକ୍ରା ଆମଝରନ ଗାଁକୁ ଯାଇ ସେଠାରୁ କିଛି ଛେଳି ମାଂସ କିଣିଥିଲେ। ଅପରାହ୍ନ ପ୍ରାୟ ୩ଟାରେ ଘରେ ପହଞ୍ଚିବା ପରେ ବଡ ଭାଇ ଫକୀର ଏବଂ ସାନ ଭାଇ କଟି ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ସମୟରେ ଫକୀର ଲାକ୍ରା ଏକ ଧାରୁଆ କଟୁରିରେ ସାନ ଭାଇ କଟିକୁ ଆକ୍ରମଣ କରିଥିଲା। ଫଳରେ କଟିର ଛାତିରେ ଭୀଷଣ ଆଘାତ ଲାଗିଥିଲା। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବୁର୍ଲା ନେବା ବାଟରେ ମୃତ୍ୟୁ ହୋଇଥିଲା। କଟିଙ୍କ ସ୍ତ୍ରୀ ଚନ୍ଦ୍ରା ଲାକ୍ରା ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଅତାବିରା ଥାନାରେ ତାଙ୍କ ଏତଲାକୁ ଭିତ୍ତିକରି ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ୧୩ ଜଣ ସାକ୍ଷ୍ୟ ଓ ଅନ୍ୟ ପ୍ରମାଣକୁ ଆଧାର କରି କୋର୍ଟ ଅଭିଯୁକ୍ତ ଫକୀର ଲାକ୍ରାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ତରଫରୁ ଏହି ମାମଲାକୁ ଏପିପି ମନୋଜ ଏକ୍କା ପରିଚାଳନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    49 %
    2.1kmh
    0 %
    Wed
    27 °
    Thu
    40 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ