Wednesday, September 16, 2026
25 C
Odisha

    ବିଜେପିରୁ ଇସ୍ତଫା ଦେଲେ ଅଭିନେତ୍ରୀ ଜିନା ସାମଲ

    ଆଗକୁ ପଢନ୍ତୁ

    ବାଲେଶ୍ବର: ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତ୍ରୀ ଜିନା ସାମଲ ବିଜେପିରୁ ଇସ୍ତଫା ଦେଇଥିବା ଜଣାଯାଇଛି। ସେ ନିଜର ଇସ୍ତଫା ପତ୍ର ଦଳ ସଭାପତି ମନମୋହନ ସାମଊଙ୍କ ନିକଟକୁ ପଠାଇଛନ୍ତି। ଜୀନା ବାଲେଶ୍ବର ଜିଲ୍ଲା ଭୋଗରାଇ ଆସନରୁ ପ୍ରାର୍ଥୀ ହେବା ଲାଗି ଆଶାୟୀ ଥିଲେ। ମ‌ାତ୍ର ବିଜେପି ତାଙ୍କୁ ଟିକେଟ ନ ଦେବା ଫଳରେ ସେ ଦଳ ଛାଡ଼ିଥିବା କୁହାଯାଉଛି। ଏହାପରେ ତାଙ୍କର ଆଭିମୁଖ୍ୟ କ’ଣହେବ ତାଉପରେ ରହିଛି ନଜର।ସୂଚନାଯୋଗ୍ୟ, ଜୀନା ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀ ୨୦୨୩ ମାର୍ଚ୍ଚ ମାସରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ। ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଓଲିଉଡ ଅଭିନେତ୍ରୀ ଜିନା ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀଙ୍କ ସହ ପ୍ରାୟ ୮୦ରୁ ଅଧିକ ବ୍ୟକ୍ତି ବିଜେପିରେ ଯୋଗ ଦେଇଥିଲେ। ବାଲେଶ୍ବର ବିଜେପି ଅଫିସରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା।

    ଆଲବମ ଜଗତରେ ବେଶ ଖ୍ୟାତି ଅର୍ଜନ କରିବା ପରେ ଜିନା  ‘ଫେରିଆ ମୋ’ ସୁନାଭଉଣୀ’ ସିନେମା ଜରିଆରେ ଓଲିଉଡ୍‌ରେ ନାୟିକାଭାବେ ପ୍ରବେଶ କରିଥିଲେ। ପରେ କେତୋଟି ହାତଗଣତି ଓଡ଼ିଆ ଛବିରେ ନାୟିକା ବନିଥିଲେ। ପରେ ଅଭିନେତା ରୁଦ୍ରଙ୍କୁ ଜୀନା ସାମଲ୍‌ ବିବାହ କରିଥିଲେ।

    ଉଳଲ୍ଲଖଯୋଗ୍ୟ, ପୂର୍ବରୁ ଓଲିଉଡର ଲୋକପ୍ରିୟ କଳାକାର ମହାଶ୍ବେତା, ଅପରାଜିତା, ସିଦ୍ଧାନ୍ତ, ଅନୁଭବ ମହାନ୍ତି, ଅରିନ୍ଦମ ରାୟ, ହରିହର ମହାପାତ୍ର ପିଙ୍କି ପ୍ରଧାନ, ଅଶ୍ରୁମୋଚନ ମହାନ୍ତି, ଅନୁ ଚୌଧୁରୀ, ଶ୍ରୀତମ୍ ଦାସ ଓ ଅଖିଳ ପଟ୍ଟନାୟକ ପ୍ରମୁଖ ବିଜେପିରେ ଯୋଗ ଦେଇ ଦଳରେ ସକ୍ରିୟ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25 ° C
    25 °
    25 °
    88 %
    1.3kmh
    40 %
    Wed
    25 °
    Thu
    32 °
    Fri
    32 °
    Sat
    31 °
    Sun
    30 °

    ସମ୍ବନ୍ଧିତ