Sunday, September 20, 2026
23.4 C
Odisha

    ହୃତଘାତରେ ରାଜସ୍ଥାନ ହାଇକୋର୍ଟର ବିଚାରପତିଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଜସ୍ଥାନ ହାଇକୋର୍ଟର ବିଚାରପତି ରାଜେନ୍ଦ୍ର ପ୍ରକାଶ ସୋନିଙ୍କର ହୃତଘାତରେ ମୃତ୍ୟୁ ହୋଇଛି। ଗତଶୁକ୍ରବାର ଦିନ ଯୋଧପୁରରେ ରାଜେନ୍ଦ୍ର ପ୍ରକାଶ ସୋନିଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା। ଛାତିରେ ଅଧିକ ଯନ୍ତ୍ରଣା ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନା ନିଆଯାଇଥିଲା। ହେଲେ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଗତ ଶନିବାର ରାଜସ୍ଥାନ ହାଇକୋର୍ଟର ବିଚାରପତି ରାଜେନ୍ଦ୍ର ପ୍ରକାଶ ସୋନି ପାର୍ଥିବ ଶରୀର ଅନ୍ତିମ ଦର୍ଶନ ପାଇଁ ଘରକୁ ଅଣାଯାଇଥିଲା। ଦ୍ବିପହର ସମୟରେ ରାଜେନ୍ଦ୍ର ପ୍ରକାଶ ସୋନିଙ୍କର ଶବଯାତ୍ରା ବାହାର କରାଯାଇଥିଲା। କାଗା ଶ୍ମଶାନ ଘାଟରେ ବିଧିବଦ୍ଧ ଭାବେ ଅନ୍ତିମ ସଂସ୍କାର କରାଯାଇଥିଲା। ବିଚାରପତିଙ୍କ ଅନ୍ତିମ ସଂସ୍କାରରେ ଅନେକ ବିଶିଷ୍ଟ ବ୍ୟକ୍ତିିମାନେ ଯୋଗ ଦେଇଥିଲେ। ରାଜେନ୍ଦ୍ର ପ୍ରକାଶଙ୍କୁ ଜାଣିଥିବା ଲୋକଙ୍କ କହିବାନୁସାରେ, ‘ରାଜେନ୍ଦ୍ର ଜଣେ ସରଳ ହୃଦୟର ମଣିଷଟିଏ ଥିଲେ’ରାଜେନ୍ଦ୍ର ପ୍ରକାଶ ସୋନି ୨୦୨୩ ଜାନୁଆରି ୧୬ ତାରିଖରେ ରାଜସ୍ଥାନ ହାଇକୋର୍ଟରେ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.4 ° C
    23.4 °
    23.4 °
    96 %
    1.5kmh
    69 %
    Sun
    30 °
    Mon
    29 °
    Tue
    30 °
    Wed
    27 °
    Thu
    25 °

    ସମ୍ବନ୍ଧିତ