Monday, September 21, 2026
24.5 C
Odisha

    ବିଜେଡି ପରିତ୍ୟାଗ କରି ବିଜେପିରେ ହେଲେ ସାମିଲ ଖଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୨୫/୦୩: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଖଲିକୋଟର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ସେଠୀ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ପୂର୍ବତନ ସରପଂଚ ସୁଦାମ ନାୟକ, ସିଲୁ ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ରବିନ୍ଦ୍ର ନାୟକ, କାଉନସିଲର ତ୍ରିନାଥ ପାହାଣ, କାହ୍ନା ସେଠୀ, ବିଶିଷ୍ଟ ଶିକ୍ଷାବିତ ରମେଶ ପାହାଣ, କର୍ଣ୍ଣେଲ ଅକ୍ଷୟ କର ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ।

    ଓଡିଶାରେ ଛାୟା ସରକାରର ଶାସନ ଚାଲିଛି । ଅଣଓଡିଆଙ୍କ ହାତକୁ ଶାସନ ବ୍ୟବସ୍ଥା ଚାଲିଯାଇଛି । ଦୁର୍ନୀତି, ଭ୍ରଷ୍ଟାଚାରର ଶାସନ ଚାଲିଛି । ରାଜ୍ୟର ସାମୁହିକ ବିକାଶ ପାଇଁ ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ । ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ ଏବଂ ଡବଲ୍ ଇଂଜିନ ସରକାର ଗଠନ ହେବ ବୋଲି ନୂତନ ଭାବେ ସାମିଲ ହୋଇଥିବା ପୂର୍ବତନ ବିଧାୟକ ଶ୍ରୀ ସେଠୀ କହିଛନ୍ତି ।
    ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ସମସ୍ତ ବର୍ଗର ଲୋକେ ବିଜେପିରେ ଯୋଗଦାନ କରୁଛନ୍ତି । ଓଡିଶାର ବିକାଶ ପାଇଁ ଆମେ ସଂକଳ୍ପ ନେବା । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରି ବିଜେପିର ସଦସ୍ୟ ହୁଅନ୍ତୁ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
    ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବିଧାୟକ ପ୍ରଦୀପ ପାଣିଗ୍ରାହୀ, ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଶାରଦା ଶତପଥୀ, ରାଜ୍ୟ ସଂପାଦକ ସରୋଜ କର, ଆସ୍କା ସାଂସଦ ପ୍ରାର୍ଥିନୀ ଅନୀତା ଶୁଭଦର୍ଶିନୀ, ଘୁମୁସୁର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    94 %
    1.5kmh
    100 %
    Mon
    24 °
    Tue
    28 °
    Wed
    27 °
    Thu
    27 °
    Fri
    28 °

    ସମ୍ବନ୍ଧିତ