Wednesday, September 9, 2026
25.2 C
Odisha

    ବିଜେଡି ଛାଡି ବିଜେପିରେ ସାମିଲ ହେଲେ ପଂଚାୟତ ସମିତି ସଦସ୍ୟ ତଥା ଦୃଢ ସଂଗଠକ ପ୍ରତାପ ଚନ୍ଦ୍ର ଦାସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୨୭/୦୩: ରାଜ୍ୟରେ ପଂଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି । ନିର୍ବାଚିତ ଜନପ୍ରତିନିଧିଙ୍କ କ୍ଷମତାକୁ ହତ୍ୟା କରାଯାଇ ନିର୍ଦ୍ଦିଷ୍ଟ କିଛି ଅଫିସରମାନଙ୍କ ହାତକୁ କ୍ଷମତାଶୀଳ କରାଯାଇଛି । ଗ୍ରାମସଭା ଓ ପଲ୍ଲୀସଭାକୁ ବନ୍ଦ କରିଦିଆଯାଇଥିବା କାରଣରୁ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁନାହିଁ । ମୋଦି ସରକାର ବିକାଶ ପାଇଁ ପଠାଉଥିବା କୋଟି କୋଟି ଟଙ୍କା ଏବଂ ସହାୟତାକୁ ପଂଚାୟତସ୍ତରରେ ହଡପ୍ କରାଯାଇ ଲୋକଙ୍କ ସ୍ୱାର୍ଥକୁ ବଳି ପକାଉଛି ଶାସକ ବିଜେଡି । ‘ବିଜେଡି ସରକାର, ହଟିବା ଦରକାର’ ବୋଲି ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିବା ମହାକାଳପଡା ଗୋଗୁଆ ପଂଚାୟତର ପଂଚାୟତ ସମିତି ସଦସ୍ୟ ତଥା ବିଜେଡିର ସ୍ଥାନୀୟ ଦୃଢ ସଂଗଠକ ତଥା ଜିଲ୍ଲା ବାର୍ ଆସୋସିଏନସନ୍ ସମ୍ପାଦକ ଶ୍ରୀ ପ୍ରତାପ ଚନ୍ଦ୍ର ଦାସ କହିଛନ୍ତି ।

    ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶ୍ରୀ ଦାସ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ଦାସଙ୍କ ସହ ପୂର୍ବତନ ପଂଚାୟତ ସମିତି ସଦସ୍ୟ ଅଲେଖ ଜେନା, ପୂର୍ବତନ ସରପଂଚ କୁର୍ଟିଆ ସେଠୀ ଓ ବୀର ବାବୁ, ୱାର୍ଡ ମେମ୍ବର ଶ୍ରୀମତି ଜେନା, ପୂର୍ବତନ ୱାର୍ଡ ମେମ୍ବର ଆଶିଧାରା ମଣ୍ଡଳ, ଛାତ୍ର ନେତା ପ୍ରଦୀପ କୁମାର ସେଠୀ, ସାମାଜିକ ଗଣମାଧ୍ୟମ ନିହାର ରଞ୍ଜନ ମହାନ୍ତି, ରଶ୍ମୀତା ମଲ୍ଲିକ, ରାଜୀବ ଲୋଚନ ସେଠୀ, ମାମିନା ଦାସ ପ୍ରମୁଖ ଆଜି ବିଜେପିରେ ସାମିଲ ହୋଇଛନ୍ତି ।
    ସେହିପରି ଅବସରପ୍ରାପ୍ତ ଆଇଆରଏସ୍ ଅଧିକାରୀ ତଥା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଲାଞ୍ଜିଗଡର ଶ୍ରୀଯୁକ୍ତ ଗଙ୍ଗାଧର ମାଝୀ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ମାଝୀଙ୍କ ସହ ବିକ୍ରମ ଯୋଶୀ, ଅଙ୍ଗଦ ମାଝୀ, ଭାରତ ମୁଣ୍ଡା ବିଜେପିରେ ସାମିଲ ହୋଇଛନ୍ତି ।
    ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ରାଜ୍ୟ ଉପସଭାପତି ବିରଂଚି ତ୍ରିପାଠୀ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ । ଓଡିଶାର ବିକାଶ ପାଇଁ ଆମେ କାର୍ଯ୍ୟ କରିବା ବୋଲି ସଂକଳ୍ପ ନେବା । ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରି ବିଜେପି ସହିତ ଯୋଡି ହେବାକୁ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ।
    ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର, କେନ୍ଦ୍ରାପଡା ଜିଲ୍ଲା ସଭାପତି କିଶୋର ପଣ୍ଡା, କେନ୍ଦ୍ରାପଡା ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ଦୁର୍ଗା ନାୟକ, ଶେଷଦେବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    90 %
    1.5kmh
    96 %
    Tue
    25 °
    Wed
    31 °
    Thu
    30 °
    Fri
    27 °
    Sat
    29 °

    ସମ୍ବନ୍ଧିତ