Wednesday, October 23, 2024
21.7 C
Odisha

    ନିର୍ବାଚନ ଲଢିବନି କମଲ ହାସନଙ୍କ ଦଳ, ଡିଏମକେ ପାଇଁ କରିବେ ପ୍ରଚାର । ୨୦୨୫ରେ କମଲ ହାସନଙ୍କ ଦଳକୁ ବଡ ଭେଟି ଦେବେ ଷ୍ଟାଲିନ

    ଆଗକୁ ପଢନ୍ତୁ

    ସାଧାରଣ ନିର୍ବାଚନ ପୂର୍ବରୁ ବଡ ଘୋଷଣା କରିଛନ୍ତି ଏମଏନଏମ ମୁଖ୍ୟ କମଲ ହାସନ । ତାମିଲନାଡୁରେ ଡିଏମକେ ସହ ମେଣ୍ଟ କରିବାକୁ ସହମତି ପ୍ରକାଶ କରିଛନ୍ତି କମଲ ହାସନ । ଏହି କ୍ରମରେ ଡିଏମକେ ନେତୃତ୍ୱରେ ହୋଇଥିବା ମେଣ୍ଟ ପାଇଁ ପ୍ରଚାର କରିବେ କମଲ ହାସନ । ଏମଏନଏମ ଲୋକସଭା ନିର୍ବାଚନ ଲଢିବନି ଏବଂ କମଲ ହାସଲ ମେଣ୍ଟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଆଉ ପ୍ରତିବଦଳରେ ୨୦୨୫ରେ କମଲ ହାସନଙ୍କ ଦଳକୁ ଏକ ରାଜ୍ୟସଭା ଆସନ ଦେବାକୁ ମେଣ୍ଟ ସଦସ୍ୟ ରାଜି ହୋଇଛନ୍ତି । ପୂର୍ବରୁ କମଲ ହାସନଙ୍କ ଦଳ ଲୋକସଭାର କିଛି ସିଟରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଓ କମଲନାଥଙ୍କ ମଧ୍ୟରେ ଆଲୋଚନା ପରେ ଲୋକସଭା ନିର୍ବାଚନ ନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି କମଲ ହାସନ ।କମଲ ହାସନଙ୍କ ଦଳ ଡିଏମକେ ନେତୃତ୍ୱାଧୀନ ମେଣ୍ଟ ପାଇଁ ୩୯ ଲୋକସଭା ଆସନରେ ପ୍ରଚାର କରିବ । ଏହି ନିଷ୍ପତ୍ତିକୁ ନେଇ କମଲ ହାସନ କହିଛନ୍ତି, ଏହା କୌଣସି ପଦପଦବୀର କଥା ନୁହେଁ । ବରଂ ଏହା ପୂରା ଦେଶ ପାଇଁ ନିଷ୍ପତ୍ତି । ତେଣୁ ଯେଉଁ ଦଳକୁ ସମର୍ଥନ ଦେବାକୁ ଭାବିଛୁ ତାହାକୁ ସମର୍ଥନ କରିବୁ । ୨୦୧୯ରେ କଂଗ୍ରେସ ଓ ଡିଏମକେ ମେଣ୍ଟ ୩୯ଟି ଆସନରୁ ୩୮ଟିରେ ବିଜୟ ହାସଲ କରିଥିଲା । ଯେଉଁଥିରୁ କଂଗ୍ରେସ ୯ଟି ଆସନରୁ ୮ଟିରେ ବିଜୟ ହାସଲ କରିଥିଲା । ୨୦୨୪ରେ ମଧ୍ୟ କଂଗ୍ରେସକୁ ତାମିଲନାଡୁରେ ୯ଟି ଆସନରେ ନିର୍ବାଚନ ଲଢିବାକୁ ଅଫର କରିଛି ଡିଏମକେ । ତେବେ ଏନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନଥିବା ବେଳେ ଖୁବଶୀଘ୍ର ଉଭୟ ଦଳ ମଧ୍ୟରେ ସିଟ୍ ଭାଗବଣ୍ଟା ଶେଷ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ