Saturday, July 27, 2024
24.8 C
Odisha

    ଏ ଯୁଗରେ ଯଦି ପ୍ରଭୁ ଶ୍ରୀରାମ ରହିଥାନ୍ତେ ତେବେ ତାଙ୍କ ଘରକୁ ମଧ୍ୟ ଇଡି ପଠାଇ ଦେଇଥାନ୍ତା ବିଜେପି

    ଆଗକୁ ପଢନ୍ତୁ

    ଦିଲ୍ଲୀ ବିଧାନସଭାରେ ବଜେଟ ଅଧିବେଶନ ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ବିଜେପିକୁ ଟାର୍ଗେଟ କରି କେଜ୍ରିୱାଲ କହିଛନ୍ତି, ଯଦି ଏହି ଯୁଗରେ ପ୍ରଭୁ ଶ୍ରୀରାମ ଥାନ୍ତେ ତେବେ ତାଙ୍କ ଘରକୁ ମଧ୍ୟ ଇଡି ଯାଇଥାନ୍ତା । ଏମାନେ ପ୍ରଭୁ ଶ୍ରୀରାମଙ୍କୁ ମଧ୍ୟ କହିଥାନ୍ତେ କି, ବିଜେପିକୁ ଆସ ନହେଲେ ଜେଲ ଯାଅ । କିନ୍ତୁ ଜାଣିରଖ ଯେତେଥର ସମନ ପଠାଇବ ସେତେ ଅଧିକ ସ୍କୁଲ ଛିଡା କରିବି । ବିଧାନସଭାରେ ଘୋଷଣା କରୁଛି ଏବେ ପର୍ଯ୍ୟନ୍ତ ୮ଟି ସମନ ଆସିଛି, ଏବେ ଆହୁରି ୮ଟି ସ୍କୁଲ ଛିଡା କରିବୁ । ବଜେଟ ଅଧିବେଶନରେ ମନୀଷ ସିସୋଦିଆଙ୍କୁ ମନେ ପକାଇଛନ୍ତି କେଜ୍ରିୱାଲ । ଏହି ବିଧାନସଭାରେ ମନୀଷ ୯ଥର ବଜେଟ ଉପସ୍ଥାପନ କରିଛନ୍ତି । ଆଶା ଅଛି ଆଗାମୀ ବର୍ଷ ମଧ୍ୟ ମନୀଷ ସିସୋଦିଆ ବଜେଟ ଉପସ୍ଥାପନ କରିବେ । ଏବେ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆ ଜେଲରେ ଅଛନ୍ତି । ଆପ୍ ବିକାଶରେ ବିଶ୍ୱାସ କାର, ଆଉ ବିଜେପି ବିନାଶରେ । ବିଜେପିର ବିନାଶ ମଡେଲ ପୂରା ଦେଶ ଦେଖୁଛି । ବିଜେପିର ବିନାଶ ମଡେଲ ୨ ପ୍ରକାର । ପ୍ରଥମତଃ ସବୁ ଦଳକୁ ନିଶ୍ଚିହ୍ନ କରିଦିଅ । ବିରୋଧୀଙ୍କ ଉପରେ କେସ ଲଗାଅ, ଇଡି ପଠାଅ ଏବଂ ସେମାନଙ୍କ ସରକାରକୁ ଭାଙ୍ଗି ଦିଅ । ଦ୍ୱିତୀୟତଃ କୌଣସି ବିରୋଧୀ ଦଳର ସରକାର କାମ କରୁଥିଲେ ସେମାନଙ୍କୁ ବିଭିନ୍ନ ବାଟରେ ଅଟକାଅ । ବିଭିନ୍ନ କାମରେ ବାଧା ଦିଅ । ଏମାନଙ୍କ ପାଖରେ ଟଙ୍କାର ଅଭାବ ନାହିଁ । ନିର୍ବାଚନୀ ବଣ୍ଡରେ କେତେ ଟଙ୍କା କେନ୍ଦ୍ର ସରକାର ପାଇଛି ତାହା ସାବର୍ଜନୀନ କରୁନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରୁନାହିଁ । ଏବେ ହିମାଚଳ ପ୍ରଦେଶରେ ସରକାର ଭାଙ୍ଗିବାକୁ ଯାଉଛି । ଏବେ କହୁଛନ୍ତି ମୋଦୀ ନୁହେଁ ତ କିଏ? ସମସ୍ତଙ୍କୁ ଯେତେବେଳେ ବିଭିନ୍ନ ମିଛ କେସରେ ଜେଲରେ ପୂରାଇବେ ସେତେବେଳେ ଅନ୍ୟ କେହି କେମିତି ରହିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ