Friday, October 2, 2026
25.2 C
Odisha

    ଜଗା ମୁଣ୍ଡରେ ଲାଗିବ କୃତିମ ଖପୁରୀ, ଯାଞ୍ଚକଲେ ଦିଲ୍ଲୀ ଏମ୍ସ ଡାକ୍ତର

    ଆଗକୁ ପଢନ୍ତୁ

    ବହୁ ଚର୍ଚ୍ଚିତ କନ୍ଧମାଳର ଶିଶୁ ଜଗାକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଟିଛନ୍ତି ଦିଲ୍ଲୀ ଏମ୍ସ୍‌ର ନ୍ୟୁରୋ ସର୍ଜନ ପ୍ରଫେସର ଦୀପକ ଗୁପ୍ତା । ଜଗା ମୁଣ୍ଡରେ ଲାଗିବ କୃତିମ ଖପୁରୀ । ଜଗା ପଢ଼ିବ ପାଠ । ସେଥିପାଇଁ ଜଗାର ସ୍ୱାସ୍ଥ୍ୟ ପରିକ୍ଷା ଯାଞ୍ଚ କରିଛନ୍ତି ପ୍ରଫେସର ଦୀପକ ଗୁପ୍ତା । ପରୀକ୍ଷା ନିରୀକ୍ଷା କରିବା ପାଇଁ ନୂଆଦିଲ୍ଲୀ ଏମ୍ସରୁ ଜଣିକିଆ ଡାକ୍ତରୀ ଦଳ ଆଜି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵତନ୍ତ୍ର କେବିନରେ ପହଞ୍ଚି ଜଗାକୁ ପରୀକ୍ଷା କରିଛନ୍ତି। ଜଗାର ଅସ୍ତ୍ରୋପଚାର ପାଇଁ ତାରିଖ ଦେବେ ଦୀପକ ଗୁପ୍ତା ।

    ଏମ୍ସ ନୂଆଦିଲ୍ଲୀର ସ୍ନ୍ୟାୟୁ ଶଲ୍ୟ ବିଶେଷଜ୍ଞ ଡା ଦୀପକ୍ ଗୁପ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଡିଏମଓ ଏବଂ ଅନ୍ୟ ଡାକ୍ତରଙ୍କ ସହିତ ଆଲୋଚନା କରିବା ପରେ ଜଗାର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ୍ କରିଥିଲେ। ଜଗାର ଦ୍ଵିତୀୟ ପର୍ଯ୍ୟାୟ ଅପରେସନ ସମୟ ହୋଇଯାଇଥିବା କହିଛନ୍ତି ଡାକ୍ତର ଗୁପ୍ତା। ଏଥି ପାଇଁ ଖୁବ୍‌ ଶୀଘ୍ର ତାରିଖ ନିର୍ଦ୍ଧାରିତ କରିବେ। ଭୁବନେଶ୍ୱର ଏମ୍ସ ଏବଂ କଟକ ଏସ ସି ବି ମେଡିକାଲ୍ କଲେଜ ଡାକ୍ତରଙ୍କ ସହ ମଧ୍ୟ ସେ ଆଲୋଚନା କରିଛନ୍ତି। ସେ ସୁସ୍ଥ ଅଛି ଏବଂ ଅତି ଶୀଘ୍ର ଦିଲ୍ଲୀ ନିଆଯାଇ ଅପରେସନ କରାଯିବ ବୋଲି ଜିଲ୍ଲା ମେଡିକାଲ୍ ଅଫିସର କହିଛନ୍ତି। ରାଜ୍ୟ ସରକାରଙ୍କ ସହାୟତା ଓ ତଦାରଖରେ ବିଶ୍ଵର ଏହି ବିରଳ ଅପରେସନ ଦିଲ୍ଲୀ ଏମ୍ସରେ କରାଯାଇଥିଲା। ଜଗା ପାଠ ପଢିବାକୁ ମଧ୍ୟ ଫିଟ୍ ଅଛି ବୋଲି ଡାକ୍ତର କହିଛନ୍ତି। ଦିଲ୍ଲୀ ଏମ୍ସ ଏହି ପ୍ରଫେସର ଦୀପକ ଗୁପ୍ତା ଉଭୟ ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କୁ ଅସ୍ତ୍ରୋପଚାର କରି ଅଲଗା କରିଥିଲେ । ତେବେ ଜଗା ମୁଣ୍ଡରେ ଖପୁରୀ ପ୍ରତ୍ୟାରୋପଣ କରାଯିବାକୁ ଥିବା ବେଳେ ଅସ୍ତ୍ରୋପଚାର ପରେ ଜଗାର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି । ୨୮ ଅଗଷ୍‌ଟ ୨୦୧୭ ମସିହାରେ ଦିଲ୍ଲୀ ଏମ୍ସରେ ୪୦ ଜଣିଆ ସ୍ୱତନ୍ତ୍ର ଟିମ୍‌ ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କର ଅପରେସନ କରିଥିଲେ । ଏହି ଅପରେସନ ସଫଳ ହେବା ପରେ ଉଭୟ ଶିଶୁଙ୍କୁ ଅଲଗା କରାଯାଇଥିଲା । ଏହି ଅପରେସନ ସାରା ବିଶ୍ୱକୁ ଚକିତ କରିଦେଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ