Wednesday, April 29, 2026
28.1 C
Odisha

    ଆଇଆଇଟି ଛାତ୍ରୀ ଏସିପିଙ୍କ ଦ୍ବାରା ‌ଦୁଷ୍କର୍ମର ଶିକାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୁଲିସ ସେବାର ସିନିୟର ଅଧିକାରୀ ତଥା କାନପୁରର ଏସିପି ଥିବା ମୋହସିନ ଖାନଙ୍କ ବିରୋଧରେ ଆଇଆଇଟି କାନପୁରର ଜଣେ ଛାତ୍ରୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଯାଞ୍ଚ ଆରମ୍ଭ କରିଛି। ଡିସିପି ଅଙ୍କିତା ଶର୍ମା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଆଇଆଇଟି କାନପୁରର ଜଣେ ଛାତ୍ରୀ ଏସିପି ମୋହସିନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ କେନ୍ଦ୍ର କରି ଏସିପିଙ୍କ ବିରୋଧରେ ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ପୀଡ଼ିତା ପୁଲିସ କମିଶନର ଅଖିଲ କୁମାରଙ୍କ ନିକଟରେ ଅଭିଯୋଗ କରି କହିଛନ୍ତି, ‘ଏସିପି ମୋହିସନ ଖାନ ମୋ ସହିତ ଦୁଷ୍କର୍ମ କରିଥି‌ଲେ। ଦୁଷ୍କର୍ମ ପରେ ସେ ମୋତେ ବିବାହ ପାଇଁ ପ୍ରତିଶ୍ରୃତି ଦେଇଥିଲେ। ଏହି ପ୍ରତିଶ୍ରୃତି ନାମରେ ସେ ମୋ ସହିତ ଅନେକଥର ଶାରୀରିକ ସମ୍ପର୍କ ରଖିଥିଲେ। ମୁଁ ପରେ ଯେତେବେଳେ ଜାଣିଲି ସେ ବିବାହିତ ତାଙ୍କ ସନ୍ତାନ ବି ଅଛନ୍ତି। ମୁଁ ଏବିଷୟରେ ତାଙ୍କୁ ପଚାରିବାରୁ ସେ କହିଥିଲେ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇ ମୋତେ ବିବାହ କରିବେ କିନ୍ତୁ ସେପରି କିଛି କଲେନାହିଁ। ଏବେ ସେ ମୋ ସହିତ ସମସ୍ତ ପ୍ରକାର ଯୋଗାଯୋଗ ବନ୍ଦ କରି ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    48 %
    3.4kmh
    95 %
    Wed
    29 °
    Thu
    42 °
    Fri
    38 °
    Sat
    42 °
    Sun
    41 °

    ସମ୍ବନ୍ଧିତ