Thursday, July 2, 2026
29.2 C
Odisha

    ମାଆଙ୍କ ସମୟ କଟିବାକୁ ‘ବୋହୂ’ ଆଣିଦଅନ୍ତୁ ଶୁଣି ଏହିଭଳି ଭାବେ ଚିଡ଼ିଗଲେ କରଣ ଜୋହର

    ଆଗକୁ ପଢନ୍ତୁ

    ମୁମ୍ବାଇ: ସେଲିବ୍ରିଟିମାନଙ୍କୁ ପ୍ରତିଦିନ ନୂଆ ନୂଆ ଟ୍ରୋଲ୍‌ ଓ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥାଏ। ନିକଟରେ ସିନେ ନିର୍ମାତା କରଣ ଜୋହରଙ୍କୁ ବି ଏପରି ଏକ କଥାର ସାମ୍ନା କରିବାକୁ ପଡ଼ିଛି। ନିକଟରେ ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ କରଣ ଜୋହରଙ୍କୁ ତାଙ୍କ ମାଆଙ୍କ ସମୟ ପାର୍‌ କରିବା ପାଇଁ ଏକ ‌‘ବୋହୂ’ ଆଣିବାକୁ ପରାମର୍ଶ ଦେଇ ଲେଖିଛନ୍ତି, ‘‘ମାଆଙ୍କ ସମୟ କଟୁନଥିବ। ତାଙ୍କ ପାଇଁ ଜଣେ ବୋହୂ ଆଣିଦିଅନ୍ତୁ।’’ ଯାହାର ଉତ୍ତରରେ କରଣ ଏକ ଲମ୍ବାଚଉଡ଼ା ପୋଷ୍ଟ୍‌ କରିଛନ୍ତି।

    କରଣ ଲେଖିଛନ୍ତି, ‘‘କିଛି ପାଗଳ ଟ୍ରୋଲର୍ସ ମୋ ଜୀବନର ପସନ୍ଦକୁ ନେଇ ଖୁବ୍ ଆପତ୍ତିଜନକ ଓ ନାପସନ୍ଦ ଯୋଗ୍ୟ ମତାମତ ଦିଅନ୍ତି। ମୁଁ ବାସ୍‌ ଏତିକି କହିବି ଯେ ‘ବୋହୂ’ କେବେ ବି ଅନ୍ୟର ସମୟ ବିତାଇବା ପରି କୌଣସି ସାମଗ୍ରୀ ନୁହେଁ। ସେ ନିଜେ ନିଜ ସମୟ କିପରି ବିତାଇବେ ତାହା ତାଙ୍କର ବ୍ୟକ୍ତିଗତ ପସନ୍ଦ। ଅନ୍ୟ କଥାଟି ହେଉଛି ମୋ ମାଆ ମୋ ପିଲାମାନଙ୍କ ସହ ‌ଯୋଡ଼ି ହୋଇ ରହିବାକୁ ପସନ୍ଦ କରନ୍ତି। ତାଙ୍କ ସମୟ ଅତିବାହିତ କରିବାକୁ ଅନ୍ୟ କାହାର ଆବଶ୍ୟକତା ନାହିଁ। ତାଙ୍କ ନିକଟରୁ ପାଉଥିବା ଓ ତାଙ୍କୁ ଦେଉଥିବା ଭଲପାଇବାରେ ହିଁ ତାଙ୍କ ଜୀବନ ପୂର୍ଣ୍ଣ ହୋଇପାରିଛି। ମୋ ସଂପର୍କକୁ (ରିଲେସନସିପ୍‌ ଷ୍ଟାଟସ୍‌) ନେଇ ଚିନ୍ତିତ ଥିବା ସେହି ବ୍ୟକ୍ତିଙ୍କୁ ମୁଁ କହିବାକୁ ଚାହେଁ ଯେ ‘ବୋହୂ’ କେବେ ବି ବିକଳ୍ପ ନୁହେଁ। ମୋ ମାଆଙ୍କ ପରି ମାର୍ଗଦର୍ଶକ ପାଇଥିବାରୁ ‌ମୋ ପିଲାମାନେ ଭାଗ୍ୟବାନ। ଯଦି ବି ମୁଁ କେବେ ଜୀବନସାଥୀ ଚାହିଁବି ତ ମୋର ଶୂନ୍ୟସ୍ଥାନ ପୂରଣ କରିବା ପାଇଁ, ଅନ୍ୟ କାହାର ନୁହେଁ। ଶୁଣିବା ପାଇଁ ଧନ୍ୟବାଦ!’’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.2 ° C
    29.2 °
    29.2 °
    76 %
    2.5kmh
    100 %
    Thu
    28 °
    Fri
    29 °
    Sat
    28 °
    Sun
    25 °
    Mon
    25 °

    ସମ୍ବନ୍ଧିତ