Monday, October 19, 2026
21.9 C
Odisha

    ଶ୍ରେୟା କାଲରାଙ୍କ ବଡ଼ ଦାବି, କହିଲେ ଏମିତି କଥା….

    ଆଗକୁ ପଢନ୍ତୁ

    ନେଟଫ୍ଲିକ୍ସର ଲୋକପ୍ରିୟ ଏବଂ ବିବାଦିତ ରିଆଲିଟି ଶୋ ‘ଲକଅପ୍: ସଚ୍ ୟା ସଜା’ରେ ପ୍ରତିଦିନ ନୂଆ ଡ୍ରାମା ଏବଂ ଆଶ୍ଚର୍ଯ୍ୟଜନକ ଖୁଲାସା ଦେଖିବାକୁ ମିଳୁଛି । କିନ୍ତୁ ଶୋ’ର ସବୁଠୁ ନୂଆ ଏପିସୋଡରେ ଏମିତି ଏକ ଘଟଣା ଘଟିଛି, ଯାହା ସୋସିଆଲ ମିଡିଆଠାରୁ ଆରମ୍ଭ କରି ଟିଭି ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ସବୁଠାରେ ଚର୍ଚ୍ଚାର ବିଷୟ ପାଲଟିଛି । ଶୋ’ର ଲୋକପ୍ରିୟ ପ୍ରତିଯୋଗୀ ଏବଂ ଇନ୍ଫ୍ଲୁଏନ୍ସର ଶ୍ରେୟା କାଲରା ନିଜ ସହ-ପ୍ରତିଯୋଗୀ ଆକାଂକ୍ଷା ଚମୋଲାଙ୍କୁ ନେଇ ଏମିତି ଏକ ଦାବି କରିଛନ୍ତି, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କ୍ୟାମେରା ସାମ୍ନାରେ ଶ୍ରେୟା କହିଛନ୍ତି ଯେ ଆକାଙ୍କ୍ଷା ଚମୋଲା ‘ବାଇସେକ୍ସୁଆଲ୍’।

    ସମ୍ପୂର୍ଣ୍ଣ ବିବାଦର ଆରମ୍ଭ ସେତେବେଳେ ହେଲା, ଯେତେବେଳେ ଶୋ’ଭିତରେ ଆକାଙ୍କ୍ଷା ଚମୋଲା ଶ୍ରେୟା କାଲରାଙ୍କ ବିରୋଧରେ ‘ଚାର୍ଜସିଟ୍’ ଦାଖଲ କରି ତାଙ୍କୁ ଡେଞ୍ଜର ଜୋନ୍କୁ ପଠାଇଦେଲେ । ଏହା ପରେ ଉଭୟଙ୍କ ମଧ୍ୟରେ ଥିବା ତିକ୍ତତା ଚରମ ସୀମାରେ ପହଞ୍ଚିଗଲା । ଏହି ବିବାଦ ମଧ୍ୟରେ ଶ୍ରେୟା ଅନ୍ୟ ପ୍ରତିଯୋଗୀ ସୂଫି ମୋତିୱାଲାଙ୍କ ସହ ବସି ଆକାଙ୍କ୍ଷାଙ୍କ ବିଷୟରେ କଥା ହେବା ଆରମ୍ଭ କଲେ । କଥାବାର୍ତ୍ତା ସମୟରେ ଶ୍ରେୟା କିଛିଟା ଦ୍ୱିଧାରେ ପଡ଼ି ସୂଫିଙ୍କୁ ପଚାରିଲେ, “ଯଦି ମୁଁ ଏହି କଥା ସମସ୍ତଙ୍କ ସାମ୍ନାରେ କହିଦେଉଛି, ତେବେ କଣ ମୁଁ ଖରାପ ମଣିଷ ହୋଇଯିବି?” ଏଥିରେ ସୂଫି ତାଙ୍କୁ ଉତ୍ସାହିତ କରି କହିଲେ, “ନା, ତୁମେ ଖରାପ ହେବନାହିଁ। ଏହା ତ ଖେଳର ନିୟମ।” ଏହା ପରେ ଶ୍ରେୟା କହିଦେଲେ ଯେ ଆକାଙ୍କ୍ଷା ବାଇସେକ୍ସୁଆଲ୍। ଏହା ଶୁଣି ସୂଫି ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ।

    ଆରମ୍ଭରେ ସୂଫି ଏହି କଥାକୁ ବ୍ୟକ୍ତିଗତ ରଖିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଶ୍ରେୟା ନିଜ କଥାରେ ଅଡ଼ି ରହିଥିଲେ। ସେ ଖେଳର ଉଦାହରଣ ଦେଇ କହିଥିଲେ, “ଏବେ ଏହି କଥା ସମସ୍ତଙ୍କ ସାମ୍ନାକୁ ଆସିସାରିଛି। ଆକାଙ୍କ୍ଷା ଏହି ରହସ୍ୟ ମୋତେ କହିଥିଲେ ଏବଂ ଏବେ ଆମେ ଏହାକୁ ଶୋ’ରେ କହିଦେଲୁ। ଏହାର ସିଧାସଳଖ ଅର୍ଥ ହେଲା ଆକାଙ୍କ୍ଷାଙ୍କର ଦୁଇଟି ଲାଇଫଲାଇନ୍ ଶେଷ ହୋଇଯାଇଛି ଏବଂ ଆଗାମୀ ଯାତ୍ରା ପାଇଁ ତାଙ୍କ ପାଖରେ କେବଳ ଗୋଟିଏ ଲାଇଫଲାଇନ୍ ବାକି ରହିଛି।” ପ୍ରକୃତରେ ଏହି ଶୋ’ର ଫର୍ମାଟ୍ ଏପରି ଯେ, ପ୍ରତିଯୋଗୀମାନଙ୍କ ବ୍ୟକ୍ତିଗତ ରହସ୍ୟ ସାମ୍ନାକୁ ଆସିଲେ ସେମାନଙ୍କୁ ଖେଳରେ ମିଳୁଥିବା କିଛି ସୁବିଧା କିମ୍ବା ଲାଇଫଲାଇନ୍ ହରାଇବାକୁ ପଡ଼େ। ଶ୍ରେୟାଙ୍କ ଏହି ପଦକ୍ଷେପ ପରେ ଦର୍ଶକମାନଙ୍କ ମଧ୍ୟରେ ଏକ ନୂଆ ବିତର୍କ ଆରମ୍ଭ ହୋଇଛି ଯେ, ଖେଳ ପାଇଁ କାହାର ବ୍ୟକ୍ତିଗତ ଜୀବନକୁ ଏଭଳି ବ୍ୟବହାର କରିବା ଉଚିତ କି ନୁହେଁ।

    ଏହା ପ୍ରଥମ ଥର ନୁହେଁ ଯେ ଆକାଙ୍କ୍ଷା ଚମୋଲା ଏହି ଶୋ’ରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଆସିଛନ୍ତି। ଏହାର କିଛି ଏପିସୋଡ୍ ପୂର୍ବରୁ ସେ ଟିଭିର ଲୋକପ୍ରିୟ ଅଭିନେତା ଏବଂ ନିଜ ସ୍ୱାମୀ ଗୌରବ ଖନ୍ନାଙ୍କ ସହ ଅଲଗା ହେବାର ଖବର ଉପରେ ଖୋଲାଖୋଲି କଥା ହୋଇଥିଲେ। ଆକାଙ୍କ୍ଷା କ୍ୟାମେରା ସାମ୍ନାରେ ସ୍ୱୀକାର କରିଥିଲେ ଯେ, ସନ୍ତାନ ଜନ୍ମକୁ ନେଇ ଉଭୟଙ୍କର ଚିନ୍ତାଧାରା ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଫଳରେ ସେମାନଙ୍କ ସମ୍ପର୍କ ଭାଙ୍ଗିବାର ସ୍ଥିତିକୁ ପହଞ୍ଚିଥିଲା । ଭାବପ୍ରବଣ ଖୁଲାସା ପରେ ସେ ଏହି ସିଜନର ସବୁଠାରୁ ଅଧିକ ଚର୍ଚ୍ଚିତ ପ୍ରତିଯୋଗୀ ହୋଇଥିଲେ। ତେବେ ଶ୍ରେୟା କାଲରାଙ୍କ ଏହି ନୂଆ ଦାବିକୁ ନେଇ ଏପର୍ଯ୍ୟନ୍ତ ଆକାଙ୍କ୍ଷାଙ୍କ ପରିବାର କିମ୍ବା ଶୋ’ର ନିର୍ମାତାଙ୍କ ପକ୍ଷରୁ କୌଣସି ଆଧିକ ବୟାନ ଆସିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ