Saturday, April 4, 2026
29 C
Odisha

    ଶ୍ରୀଭୂମି : ଆସାମର କରିମଗଞ୍ଜ ଜିଲ୍ଲାର ନୂଆ ନାଁ

    ଆଗକୁ ପଢନ୍ତୁ

    ଗୌହାଟୀ: ଆସାମରେ ସରକାର କରିମଗଞ୍ଜ ଜିଲ୍ଲାର ନାମ ପରିବର୍ତ୍ତନ କରିଛନ୍ତି। କରିମଗଞ୍ଜକୁ ଶ୍ରୀଭୂମି ନାମରେ ନାମିତ କରାଯାଇଛି।  ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ୍ସରେ କରିମଗଞ୍ଜର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଛନ୍ତି। ବିଶ୍ୱପ୍ରସିଦ୍ଧ କବି ରବୀନ୍ଦ୍ରନାଥ ଟାଗୋରଙ୍କ ସହ ଏହି ନାମର ବହୁତ ଭଲ ସମ୍ପର୍କ ରହିଛି ବୋଲି ସେ କହିଛନ୍ତି ।

    ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ ଜିଲ୍ଲାର ନାମ ପରିବର୍ତ୍ତନ କରିବାର ପଦକ୍ଷେପ ଏଠାକାର ଲୋକଙ୍କ ଆଶା ଏବଂ ଆକାଂକ୍ଷାକୁ ପ୍ରତିଫଳିତ କରିବ । ୧୦୦ ବର୍ଷ ତଳେ କବି ଗୁରୁ ରବୀନ୍ଦ୍ରନାଥ ଟାଗୋର ବର୍ତ୍ତମାନର କରିମଗଞ୍ଜ ଜିଲ୍ଲାକୁ ଶ୍ରୀ ଭୂମି-ମା’ ଲକ୍ଷ୍ମୀଙ୍କ ଭୂମି ବୋଲି ବର୍ଣ୍ଣନା କରିଥିଲେ ଏବଂ ଆଜି ଆସାମ କ୍ୟାବିନେଟ୍ ଆମ ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ କରିଛି। ’’ ଜିଲ୍ଲାର ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପ୍ରତିଫଳିତ କରି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ବିଶ୍ବଶର୍ମା କହିଛନ୍ତି ।
    ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ମାସରେ ଆଣ୍ଡାମାନ ଓ ନିକୋବରର ରାଜଧାନୀ ପୋର୍ଟ ବ୍ଲେୟାରର ନାଁ ବଦଳାଇଥିଲେ କେନ୍ଦ୍ର ସରକାର । ଏହା ନୂଆ ନାଁ ହେଉଛି ଶ୍ରୀ ବିଜୟ ପୁରମ ରଖାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    47 %
    1.6kmh
    100 %
    Sat
    29 °
    Sun
    36 °
    Mon
    36 °
    Tue
    39 °
    Wed
    39 °

    ସମ୍ବନ୍ଧିତ