Tuesday, March 10, 2026
21.3 C
Odisha

    ନମାଜକୁ ବିରୋଧ କରି କରୁଥିଲେ ପ୍ରଦର୍ଶନ । ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟାଙ୍କୁ ଉଠାଇନେଲା ପୋଲିସ

    ଆଗକୁ ପଢନ୍ତୁ

    ନମାଜ ସମୟକୁ ବିରୋଧ କରି ପ୍ରଦର୍ଶନ କରୁଥିବା ବେଳେ ବେଙ୍ଗାଲୁରୁର ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟାଙ୍କୁ ପୋଲିସ ଗିରଫ କରିଛି । ମଙ୍ଗଳବାର ଦିନ ନମାଜ ସମୟରେ ଏକ ଗ୍ରୁପ ଓ ଜଣେ ଦୋକାନୀଙ୍କ ମଧ୍ୟରେ ବିବାଦକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିଲା । ଏହି ପ୍ରଦର୍ଶନରେ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟା ସେଠାରେ ପହଂଚି ପ୍ରଦର୍ଶନକାରୀଙ୍କୁ ସମର୍ଥନ କରିଥିଲେ । ଏହାପରେ କର୍ଣ୍ଣାଟକ ପୋଲିସ ତାଙ୍କୁ ହେପାଜତକୁ ନେଇଛି । କେବଳ ସେତିକି ନୁହେଁ ବିରୋଧ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବା ପାଇଁ ପୋଲିସ ବଳ ପ୍ରୟୋଗ ମଧ୍ୟ କରିଥିଲା । ପୋଲିସ ତେଜସ୍ୱୀଙ୍କୁ ହେପାଜତକୁ ନେବା ବେଳେ ପ୍ରଦର୍ଶନକାରୀଙ୍କୁ ଫେରିଯିବାକୁ ତେଜସ୍ୱୀ ଅନୁରୋଧ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.3 ° C
    21.3 °
    21.3 °
    90 %
    1.6kmh
    0 %
    Tue
    37 °
    Wed
    38 °
    Thu
    38 °
    Fri
    39 °
    Sat
    40 °

    ସମ୍ବନ୍ଧିତ