Monday, May 20, 2024
31 C
Odisha

    ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏକାଠି ହୋଇପାରନ୍ତି ବିଜେଡି-ବିଜେପି:ଭିକେ ପାଣ୍ଡିଆନ

    ଆଗକୁ ପଢନ୍ତୁ

    ବିଜେଡି ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ବଡ ବୟାନ । ନେଟୱାର୍କ ୧୮ କନକ୍ଲେଭରେ ସାମିଲ ହୋଇ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଷ୍ଟେଟସମ୍ୟାନ ବୋଲି କହିଛନ୍ତି ପାଣ୍ଡିଆନ୍ । ରାଜନୀତିକୁ ଛାଡି ଦୁଇ ଜଣ ଭଲ ବନ୍ଧୁ ବୋଲି ସେ କହିଛନ୍ତି । ମେଣ୍ଟ ବାବଦରେ ସେ କେବଳ କହିଛନ୍ତି ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏକାଠି ହୋଇପାରନ୍ତି । କିନ୍ତୁ ହେବ କି ନାହିଁ ସ୍ପଷ୍ଟ କରିନାହାନ୍ତି । ଓଡିଶାରେ ନବୀନ ପଟ୍ଟନାୟକ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେହିପରି ମୋଦୀ ମଧ୍ୟ ପ୍ରଧାନମନ୍ତ୍ରୀ ହେବେ ବୋଲି ସେ କହିଛନ୍ତି । ବଡ କଥା ହେଉଛି ସେ କହିଛନ୍ତି, ଓଡିଶାରେ ବିଜେଡିକୁ ସରକାର ଗଢିବାକୁ ହେଲେ ବିଜେପିର ଆବଶ୍ୟକତା ନାହିଁ । କି କେନ୍ଦ୍ରରେ ବିଜେପିକୁ ସରକାର ଗଢିବାକୁ ହେଲେ ବିଜେଡିର ସହଯୋଗ ଆବଶ୍ୟକ ପଡିନପାରେ । ତେବେ ଦୁଇଟି ଦଳ ନିଜ ନିଜ ସ୍ଥାନରେ ମଜବୁତ ଅଛନ୍ତି ।
    ଭିକେ ପାଣ୍ଡିଆନ୍ କହିଛନ୍ତି ଯେ, ନବୀନଙ୍କ ସଫଳତାର ରହସ୍ୟ ହେଲା, ସେ ରାଜନୀତିକୁ ରାଜନୀତି ଭଳି ଦେଖନ୍ତିନି, ସେ ରାଜନୀତିକୁ ଲୋକଙ୍କ ସେବା ଭଳି ଦେଖନ୍ତି । ଲୋକମାନେ ମଧ୍ୟ ତାଙ୍କୁ ରାଜନୈତିକ ନେତା ଭଳି ଦେଖନ୍ତନି । ଲୋକମାନେ ତାଙ୍କୁ ତାଙ୍କର ସେବକ ବୋଲି ଭାବନ୍ତି, ସେଥିପାଇଁ ତାଙ୍କୁ ଭଲପାଆନ୍ତି । ଅନ୍ୟପଟେ, ମେଣ୍ଟ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଜଣେ କଣ ପାଇଁ ମେଣ୍ଟରେ ସାମିଲ ହେବ? ଜଣେ ନିର୍ବାଚନ ଜିତିବାକୁ ମେଣ୍ଟରେ ସାମିଲ ହୁଏ । ହେଲେ ଏଠାରେ ମୁଖ୍ୟମନ୍ତ୍ରୀ ବେଶ ଲୋକପ୍ରିୟ ଆଉ ସେ ଲଗାତାର ନିର୍ବାଚନ ଜିତୁଛନ୍ତି । ନବୀନ ପଟ୍ଟନାୟକଙ୍କୁ ମେଣ୍ଟର ଆବଶ୍ୟକତା ନାହିଁ । ଖାଲି ସେତିକି ନୁହେଁ, ବିଜେଡିକୁ ବିଜେପିର ଆବଶ୍ୟକତା ନାହିଁ, ବିଜେପିକୁ ମଧ୍ୟ କେନ୍ଦ୍ରରେ ସରକାର ଗଢିବାକୁ ବିଜେଡିର ଆବଶ୍ୟକତା ନାହିଁ ବୋଲି ପାଣ୍ଡିଆନ୍ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31 ° C
    31 °
    31 °
    55 %
    0.4kmh
    0 %
    Mon
    40 °
    Tue
    43 °
    Wed
    42 °
    Thu
    40 °
    Fri
    38 °

    ସମ୍ବନ୍ଧିତ