Tuesday, March 4, 2025
30.3 C
Odisha

    ଓଡିଶାରେ କାଶ୍ମୀର ଆତଙ୍କବାଦୀ, ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

    ଆଗକୁ ପଢନ୍ତୁ

    କାଶ୍ମୀର ପୋଲିସର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଏବେ ଓଡିଶାରେ ରହିଛି । ତାକୁ କ୍ରାଇମବ୍ରାଞ୍ଚର ଏସଟିଏଫ ଗିରଫ କରିଛି । କାଶ୍ମୀର ପୋଲିସର ୱାଣ୍ଟେଡ ତାଲିକାରେ ଥିବା ସୟଦ ଇସାନ ବୁଖାରୀକୁ ଓଡିଶାରୁ ଗିରଫ କରାଯାଇଛି । ତା ନିକଟରୁ ଅନେକଗୁଡିଏ ବିଦେଶୀ ନକଲି କାଜଗପତ୍ର ଜବତ କରାଯାଇଛି । ତାକୁ ଯାଜପୁରରୁ ଗିରଫ କରାଯାଇଛି । ବିଭିନ୍ନ ସ୍ଥାନରେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେଉଥିଲା । ଯାଜପୁର ଜିଲ୍ଲା ନେଉଳପୁର ଠାରୁ ତାକୁ ଗିରଫ କରାଯାଇଛି । କେବେ କେବେ ନିଜକୁ ଡାକ୍ତର ତ କେବେ କେବେ ସେନା ଅଫିସର ବୋଲି ପରିଚୟ ଦେଉଥିଲା । ଅଭିଯୁକ୍ତର ୬ ରୁ ୭ ଜଣ ସ୍ତ୍ରୀ ଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡିଛି । କାଶ୍ମୀର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ଓଡିଶାରେ ବାହା ହୋଇଥିବା କଥା ଜଣାପଡିଛି । ହେଲେ କେଉଁ ଆତଙ୍କବାଦୀ ସଂଗଠନ ପାଇଁ ସେ କାମ କରୁଛି ଓ କେଉଁ ଆତଙ୍କୀ ଆକ୍ରମଣରେହେଲେ କେଉଁ ଆତଙ୍କବାଦୀ ସଂଗଠନ ପାଇଁ ସେ କାମ କରୁଛି ଓ କେଉଁ ଆତଙ୍କୀ ଆକ୍ରମଣରେ ତାର ସଂପୃକ୍ତି ରହିଛି ସେନେଇ ପୋଲିସ ଅଧିକ ଖୋଳତାଡ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    16 %
    2.9kmh
    7 %
    Tue
    35 °
    Wed
    36 °
    Thu
    35 °
    Fri
    36 °
    Sat
    38 °

    ସମ୍ବନ୍ଧିତ