Friday, October 16, 2026
28.4 C
Odisha

    କାହିଁକି ଗିରଫ ହେଲେ କେଜ୍ରିୱାଲ ଓ ଦିଲ୍ଲୀ ମଦ ଦୁର୍ନୀତି ମାମଲା କ’ଣ? ଆସନ୍ତୁ ଜାଣିବା…

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଗିରଫ ହୋଇଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି ଇଡି କେଜ୍ରିୱାଲଙ୍କୁ ଗିରଫ କରିଛି। ଦୁଇ ଘଣ୍ଟାର ଜେରା ପରେ ଇଡିର ଅଧିକାରୀମାନେ କେଜ୍ରିୱାଲଙ୍କୁ ଗିରଫ କରିଛନ୍ତି। ଭାରତ ଇତିହାସରେ ପ୍ରଥମଥର ପାଇଁ କୌଣସି କାର୍ଯ୍ୟରତ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି। ତେବେ ବାସ୍ତବରେ, ଏହି ଦିଲ୍ଲୀ ମଦ ଦୁର୍ନୀତି ମାମଲା କ’ଣ? କାହିଁକି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଗଲା? ଏହି ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ କେଉଁ ସବୁ ତାରିଖରେ ଇଡି ସମନ ଜାରି କରିଥିଲା?

    ଆସନ୍ତୁ ଏହି ବିଷୟରେ ଜାଣିବା…

    ବାସ୍ତବରେ, ଉପରାଜ୍ୟପାଳଙ୍କ ବିନା ଅନୁମତିରେ ମଦ ମାଫିଆଙ୍କୁ ବେଆଇନ ଭାବେ ଲାଇସେନ୍ସ ଦେଇ ଦିଲ୍ଲୀ ସରକାର ବଡ ଘୋଟାଲା କରିଥିବା ଅଭିଯୋଗ ହୋଇଛି। ଯାହାକୁ ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ମାମଲା ବୋଲି କୁହାଯାଉଛି। ଏହି ମାମଲାରେ ୨୬ ଫେବୃଆରୀ ୨୦୨୨ ରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଗିରଫ ହୋଇ ଜେଲରେ ରହିଛନ୍ତି। ଅନ୍ୟପଟେ ଏହା ପରେ ଆପ୍ ସାଂସଦ ସଞ୍ଜୟ ସିଂହ ମଧ୍ୟ ଗିରଫ ହୋଇଛନ୍ତି। ସେହିପରି ଏହି ମାମଲାରେ ଲିଙ୍କ ଥିବା ଅଭିଯୋଗରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା BRS ନେତ୍ରୀ କେ.କବିତାଙ୍କ ମଧ୍ୟ କିଛି ଦିନ ତଳେ ଗିରଫ ହୋଇଛନ୍ତି। ତେବେ ଏହି ମାମଲାକୁ ନେଇ ପଚରାଉଚରା ଓ ଅଧିକ ତଦନ୍ତ ପାଇଁ ଇଡିରେ ହାଜର ହେବା ଲାଗି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡି ପକ୍ଷରୁ ସମନ ଜାରି କରଯାଇଥିଲା। ଥରେ କିମ୍ବା ୨ ଥର ନୁହେଁ ୯ ଥର ସମନ ପଠାଇବା ପରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ଇଡି। ବାରମ୍ବାର ଇଡି ସମନ ଜାରି କରୁଥିବା ସ୍ଵତ୍ତ୍ୱେ ଏହାକୁ ବେଆଇନ କହି କେଜ୍ରିୱାଲ ଇଡିକୁ ସହଯୋଗ କରୁନଥିଲେ। ଯେଉଁଥିପାଇଁ ଆଜି ବାଧ୍ୟ ହୋଇ ଇଡି କେଜ୍ରିୱାଲଙ୍କୁ ଗିରଫ କରିଛି। ଯାହାକୁ ନେଇ ଦିଲ୍ଲୀରେ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ସତ ମିଛର ଲଢେଇ ଦେଖାଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.4 ° C
    28.4 °
    28.4 °
    68 %
    1.9kmh
    31 %
    Fri
    29 °
    Sat
    28 °
    Sun
    27 °
    Mon
    30 °
    Tue
    30 °

    ସମ୍ବନ୍ଧିତ