Saturday, July 20, 2024
28.1 C
Odisha

    ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପରଲୋକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ୮୨ ବର୍ଷ ବୟସରେ ଦାମୋଦରଙ୍କ ପରଲୋକ ହୋଇଛି । ଦୀର୍ଘଦିନ ଧରି ସେ ଚିକିତ୍ସାଧୀନଥିଲେ । ହୃଦଘାତ ପରେ ସେ ଗୁରୁତର ହୋଇପଡ଼ିଥିଲେ ।ଏକ ଘରୋଇ ହସପିଟାଲରେ ତାଙ୍କର ଚିକିତ୍ସା କରାଯାଉଥିଲା । ବ୍ରେନଡେଡ ପରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ଓଡ଼ିଶା ରାଜନୀତିର ପିତାମହ ଭୀଷ୍ମ ଭାବେ ପରିଚିତ ଥିଲେ ଡାକ୍ତର ଦାମୋଦର ରାଉତ । ସେ ୭ ଥର ବିଧାୟକ ଓ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୧୯୭୭ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ସେ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଦାମୋଦର ରାଉତ ୧୯୪୨ ମସିହାର ଜୁଲାଇ ୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କପିଳ ଚରଣ ରାଉତ ଓ ପତ୍ନୀଙ୍କ ନାମ ସ୍ନେହା ରାଉତ । ୧୯୭୭ ମସିହାରେ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଦାମୋଦର ରାଉତ ।

    ଜନତା ପାର୍ଟି ଟିକେଟରେ ଏରସମା ଆସନରୁ ୧୯୭୭ରୁ ୧୯୮୦ ମସିହା ପର୍ଯ୍ୟନ୍ତ ବିଧାୟକ ହୋଇଥିଲେ । ପରେ ୧୯୮୦ରେ ଜନତା ପାର୍ଟି-ସେକ୍ୟୁଲାର ଟିକେଟରେ ବିଧାନସଭାକୁ ଏରସମାରୁ ବିଜୟୀ ହୋଇଥିଲେ । ୧୯୯୦ରେ ପୁନଶ୍ଚ ଜନତା ଦଳ ଟିକେଟରେ ଏରସମାରୁ ବିଧାନସଭାକୁ ଆସିଥିଲେ । ରାଜ୍ୟ ରାଜନୀତିର ଆଗଧାଡ଼ିର ଟାଣୁଆ ନେତା ଥିଲେ ଦାମୋଦର । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୧୯୭୯ ଅକ୍ଟୋବର ୨୫ ତାରିଖରୁ ୧୯୮୦ ଫେବୃଆରୀ ଦୁଇ ତାରିଖ ପର୍ଯ୍ୟନ୍ତ ସେ ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଥିଲେ । ପରେ ସୋସିଆଲ ୱେଲଫେୟାର ବିଭାଗ ସହ ୧୯୯୩ରୁ ୧୯୯୫ ମସିହା ପର୍ଯ୍ୟନ୍ତ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଥିଲେ ଡାକ୍ତର ଦାମୋଦର ରାଉତ । ମହିଳା ଓ ଶିଶୁ ବିଭାଗର ମନ୍ତ୍ରୀ ଭାବେ ମଧ୍ଯ କାର୍ଯ୍ଯ କରିଥିଲେ ।

    ନବୀନଙ୍କ ମନ୍ତ୍ରିମଣ୍ଡଳରେ ପଞ୍ଚାୟତିରାଜ, ସୂଚନା ଓ ଲୋକସମ୍ପର୍କ, କୃଷି, ସମବାୟ, ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିକାଶ, ସ୍ବାସ୍ଥ୍ଯ, ଅବକାରୀ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ଏହାଛଡ଼ା ବିଧାନସଭାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କମିଟିରେ ମଧ୍ଯ ଦାମୋଦର ସ୍ଥାନ ପାଇଥିଲେ । ବିଜୁ ବାବୁଙ୍କ ସହିତ ଅତି ଘନିଷ୍ଠ ଥିଲେ ଦାମୋଦର । ବିଜୁଙ୍କ ପରାମର୍ଶରେ ସେ ଚାକିରି ଛାଡ଼ି ରାଜନୀତିରେ ଯୋଗଦେଇଥିଲେ । ଡାକ୍ତର ଦାମୋଦର ରାଉତଙ୍କ ବିୟୋଗରେ ଓଡ଼ିଶା ରୈଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.1 ° C
    28.1 °
    28.1 °
    81 %
    1.9kmh
    29 %
    Sat
    28 °
    Sun
    29 °
    Mon
    26 °
    Tue
    26 °
    Wed
    26 °

    ସମ୍ବନ୍ଧିତ