Saturday, May 10, 2025
40.5 C
Odisha

    ଦିଲ୍ଲୀର ପାଣି ସମସ୍ୟା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଆପ୍ । କହିଲେ, ହରିୟାଣା ଯୋଗାଇ ଦେଉ ଅଧିକ ପାଣି

    ଆଗକୁ ପଢନ୍ତୁ

    ଦିଲ୍ଲୀରେ ପିିଇବା ପାଣି ସମସ୍ୟା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଇଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀ ସରକାର କୋର୍ଟରେ ଅନୁରୋଧ କରିଛନ୍ତି ଯେ, ହରିୟାଣାରୁ ଦିଲ୍ଲୀକୁ ଅଧିକ ପାଣି ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଉ । ତେବେ ଦିଲ୍ଲୀର ଆପ୍ ସରକାର କୋର୍ଟକୁ କହିଛନ୍ତି ଯେ, ଭୀଷଣ ଗରମ କାରଣରୁ ସହରରେ ପାଣିର ସମସ୍ୟା ବଢିଯାଇଛି । ତେଣୁ ପଡୋଶୀ ହରିୟାଣାକୁ ନିର୍ଦ୍ଦେଶ ଦିଆଯାଉ ଯେ, ସେମାନେ ଗୋଟିଏ ମାସ ପାଇଁ ଅଧିକ ପାଣି ସପ୍ଲାଏ କରିବେ । ଦିଲ୍ଲୀ ସରକାର ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀବାସୀଙ୍କ ଅଭାବକୁ ପୂର୍ଣ୍ଣ କରିବା ଆମ ଦାୟିତ୍ୱ । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟୁଇଟ୍ କରି ଉତ୍ତରପ୍ରଦେଶ ଏବଂ ହରିୟାଣାଠୁ ସହଯୋଗ ଲୋଡିଛନ୍ତି । ଅନ୍ୟପଟେ ଦିଲ୍ଲୀର ଜଳମନ୍ତ୍ରୀ ଅତିଶୀଙ୍କ ଅନୁସାରେ, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପାଣିର ସଙ୍କଟ ଏଥିପାଇଁ ବଢିଛି, କାହିଁକି ହରିୟାଣା ଆବଶ୍ୟକ ମୁତାବକ ପାଣି ଦେଉନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    40.5 ° C
    40.5 °
    40.5 °
    17 %
    3.4kmh
    16 %
    Sat
    40 °
    Sun
    42 °
    Mon
    44 °
    Tue
    42 °
    Wed
    43 °

    ସମ୍ବନ୍ଧିତ