Wednesday, October 23, 2024
21.7 C
Odisha

    ଅଂଶୁଘାତ ନେଇ ସତର୍କ କରାଇଲେ ଏସଆରସି

    ଆଗକୁ ପଢନ୍ତୁ

    ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଓ ଗରମ ଜାରି ରହିଥିବା ବେଳେ ଆସନ୍ତା ୩ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ । ଏନେଇ ଜିଲ୍ଲାପାଳ, ସ୍ୱାସ୍ଥ୍ୟସଚିବ, ଶ୍ରମ କମିଶନଙ୍କ ସହ ଆଲୋଚନା ଚାଲିଥିବା ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ପିକ୍ ଆୱାରରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ସତର୍କ ସୂଚନା ଜାରି କରିଛନ୍ତି ଏସଆରସି । ଉପକୂଳ ଜିଲ୍ଲାରେ ତାପମାତ୍ରା ସ୍ଥିର ରହିବ । କିନ୍ତୁ ପ୍ରବଳ ଗୁଳୁଗୁଳି ଜାରି ରହିବ । କିଛି ସ୍ଥାନରେ ନିର୍ବାଚନ ଥିବା ବେଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରଙ୍କ ଅଫିସରୁ ମାର୍ଗଦର୍ଶିକା ଜାରି ହେବା ନେଇ ସୂଚନା ଦେଇଛନ୍ତି ଏସଆସି ।ତାତିରୁ ନାହିଁ ତ୍ରାହି । ରାଜ୍ୟରେ ଆହୁରି ୪୮ ଘଣ୍ଟା ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଥିବା ବେଳେ ସତର୍କ ରହିବାକୁ ମାଇକ ଯୋଗେ ସୂଚନା ଦିଆଯାଉଛି । ଲୋକଙ୍କୁ ଖରାରେ ଘରୁ ନବାହାରିବାକୁ ସତର୍କ କରାଇଛନ୍ତି ଆଂଚଳିକ ପାଣିପାଗ ବିଭାଗ । ଗ୍ରୀଷ୍ମପ୍ରବାହ ଜାରିରହିଥିବା ବେଳେ ଝାରସୁଗୁଡ଼ା ବେଲପାହାଡ଼ ପୌରାଞ୍ଚଳରେ ପ୍ରଚାର ଗାଡ଼ି ଲୋକେଙ୍କୁ ସତର୍କ କରାଉଥିବାର ଚିତ୍ର ସାମ୍ନାକୁ ଆସିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ