Saturday, July 27, 2024
24.5 C
Odisha

    ପ୍ରଧାନମନ୍ତ୍ରୀ ଯାହା କରୁଛନ୍ତି ତାହା ଠିକ୍ କରୁନାହାନ୍ତି : କେଜ୍ରିୱାଲ

    ଆଗକୁ ପଢନ୍ତୁ

    କେଜ୍ରିୱାଲଙ୍କ ଇଡି ରିମାଣ୍ଡ ଅବଧି ଆଜି ଶେଷ ହୋଇଛି । ରିମାଣ୍ଡ ଶେଷ ହେବା ପରେ କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯାଇଛି । ଇଡି ଏହି ରିମାଣ୍ଡ ଅବଧି ଆଉ ବୃଦ୍ଧି କରିବିନ ବୋଲି ସୂଚନା ମିଳୁଛି । ବରଂ କେଜ୍ରିୱାଲଙ୍କୁ ନ୍ୟାୟିକ ହେପାଜତରେ ନେବାକୁ ଦାବି କରିପାରେ । କୋର୍ଟରେ ହାଜର କରାଯିବା ସମୟରେ କେଜ୍ରିୱାଲ ଗଣମାଧ୍ୟମକୁ ବଡ ବୟାନ ଦେଇଛନ୍ତି । କେଜ୍ରିୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଯାହା କରୁଛନ୍ତି, ତାହା ଠିକ୍ କରୁନାହାନ୍ତି । କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯିବା ପରେ ତିହାର ଜେଲରେ ପ୍ରସ୍ତୁତିକୁ ଜୋରଦାର କରାଯାଉଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କେଜ୍ରିୱାଲଙ୍କୁ ତିହାର ଜେଲର କେଉଁ ବାରାକରେ ରଖାଯିବ ସେନେଇ ଆଲୋଚନା ହୋଇଛି । ଗତ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି । ପ୍ରଥମେ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଥିଲା ଇଡି । ପରେ ଏହି ରିମାଣ୍ଡ ଅବଧିକୁ ୧ ଏପ୍ରିଲ ଯାଏଁ ବୃଦ୍ଧି କରିବାକୁ କୋର୍ଟଙ୍କ ଅନୁମତି ନେଇଥିଲା ଇଡି । ଅନ୍ୟପଟେ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ପୂରା ଦେଶରେ ବିରୋଧୀ ନଳ ବିରୋଧ ପ୍ରଦର୍ଶନ କରୁଛନ୍ତି । ଗତକାଲି ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଲ୍ଲୀରେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲା । ନିର୍ବାଚନ ପରାଜୟକୁ ନେଇ ଭୟଭୀତ ଥିବା ବିଜେପି ବିରୋଧୀଙ୍କ ଉପରେ ଚାପ ପକାଇବାକୁ ଇଡି ଜରିଆରେ ବିରୋଧୀ ଦଳ ନେତାଙ୍କୁ ଗିରଫ କରୁଥିବା ଅଭିଯୋଗ ଆଣିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ