Saturday, July 27, 2024
24.8 C
Odisha

    ତିହାର ଜେଲକୁ ଯିବେ କେଜ୍ରିୱାଲ, ଇଡିର ୧୫ ଦିନିଆ ନ୍ୟାୟିକ ହେପାଜତ ଆବେଦନରେ ମୋହର ମାରିଲେ କୋର୍ଟ

    ଆଗକୁ ପଢନ୍ତୁ

    ତିହାର ଜେଲରେ ରହିବେ କେଜ୍ରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୧୫ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ରାଉଜ ଏଭିନ୍ୟୁ କୋର୍ଟ । ତେବେ କୋର୍ଟରେ ହାଜର ହେବା ପୂର୍ବରୁ କେଜ୍ରିୱାଲ କହିଥିଲେ, ପ୍ରଧାନମନ୍ତ୍ରୀ ଯାହା କରୁଛନ୍ତି, ତାହା ଠିକ୍ କରୁନାହାନ୍ତି । ଅନ୍ୟପଟେ କେଜ୍ରିୱାଲଙ୍କ ପାଇଁ ତିହାର ଜେଲରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । କେଜ୍ରିୱାଲଙ୍କୁ କେତେ ନମ୍ବର ଜେଲରେ ରଖାଯିବ ସେନେଇ ଜେଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି । ତିହାର ଜେଲରେ ମୋଟ ୯ଟି ଜେଲ ରହିଛି ଏବଂ ୧୨ ହଜାର କଏଦୀ ଅଛନ୍ତି । ଇଡି କୋର୍ଟରେ ସ୍ପଷ୍ଟ ଭାବେ କହିଥିଲେ ଯେ, କେଜ୍ରିୱାଲ ଯାଞ୍ଚରେ କୌଣସି ପ୍ରକାର ସହଯୋଗ କରୁନାହାନ୍ତି । ପ୍ରତିଟି ପ୍ରଶ୍ନର ଭିନ୍ନ ଭିନ୍ନ ଉତ୍ତର ରଖୁଛନ୍ତି । ଏପରିକି ନିଜ ମୋବାଇଲ ଫୋନର ପାସୱାର୍ଡ ଦେଉନାହାନ୍ତି ଯାହାଦ୍ୱାରା ଯାଞ୍ଚ ପ୍ରକ୍ରିୟାକୁ ଆଗକୁ ବଢାଇ ହେବ । ଗତ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି । ପ୍ରଥମେ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଥିଲା ଇଡି । ପରେ ଏହି ରିମାଣ୍ଡ ଅବଧିକୁ ୧ ଏପ୍ରିଲ ଯାଏଁ ବୃଦ୍ଧି କରିବାକୁ କୋର୍ଟଙ୍କ ଅନୁମତି ନେଇଥିଲା ଇଡି । ଆମ ଆଦମୀ ପାର୍ଟିର ଅନ୍ୟ ନେତାଙ୍କ ମଧ୍ୟରେ ସଞ୍ଜୟ ସିଂ ୫ ନମ୍ବର, ମନୀଷ ସିସୋଦିଆ ୧ ନମ୍ବର ଓ ସତ୍ୟେନ୍ଦ୍ର ଜୈନଙ୍କୁ ୭ ନମ୍ବର ଜେଲରେ ରଖାଯାଇଛି ।

    ଅନ୍ୟପଟେ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ପୂରା ଦେଶରେ ବିରୋଧୀ ନଳ ବିରୋଧ ପ୍ରଦର୍ଶନ କରୁଛନ୍ତି । ଗତକାଲି ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଲ୍ଲୀରେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲା । ନିର୍ବାଚନ ପରାଜୟକୁ ନେଇ ଭୟଭୀତ ଥିବା ବିଜେପି ବିରୋଧୀଙ୍କ ଉପରେ ଚାପ ପକାଇବାକୁ ଇଡି ଜରିଆରେ ବିରୋଧୀ ଦଳ ନେତାଙ୍କୁ ଗିରଫ କରୁଥିବା ଅଭିଯୋଗ ଆଣିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ