Saturday, November 15, 2025
13.7 C
Odisha

    KIIT ହସ୍ପିଟାଲିଟିକୁ ଟାଇମ୍ସ ହସ୍ପିଟାଲିଟି ଆଇକନ ପୁରସ୍କାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : KIIT ହସ୍ପିଟାଲିଟିକୁ ଟାଇମ୍ସ ହସ୍ପିଟାଲିଟି ଆଇକନ ପୁରସ୍କାର । ହସ୍ପିଟାଲିଟି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ KIIT ହସ୍ପିଟାଲିଟିକୁ ଟାଇମ୍ସ ହସ୍ପିଟାଲିଟି ଆଇକନ ଇନ ଓଡ଼ିଶା ଭାବେ ଟ୍ରେଲବ୍ଲେଜର ଇନ ୟୁନିଭରସିଟି ଲଗଜୁରି ହସ୍ପିଟାଲିଟି ବର୍ଗରେ ପୁରସ୍କୃତ କରାଯାଇଛି । ବହୁଳ ପ୍ରସାରିତ ଦୈନିକ ଇଂରାଜୀ ସମ୍ବାଦପତ୍ର ଦି ଟାଇମସ ଅଫ ଇଣ୍ଡିଆ ପକ୍ଷରୁ ହସ୍ପିଟାଲିଟି ସେବା ଯୋଗାଇ ଦେଉଥିବା ବିଭିନ୍ନ ହୋଟେଲ ଏବଂ ଅନ୍ୟ ଅନୁଷ୍ଠାନଗୁଡିକୁ ନେଇ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଟାଇମ୍ସ ହସପିଟାଲିଟି ଆଇକନ୍ସ (ଓଡ଼ିଶା) ୨୦୨୫ର ଚତୁର୍ଥ ସଂସ୍କରଣରେ କିଟ ଫୁଡ ଆଣ୍ଡ ହସ୍ପିଟାଲିଟିର ବରିଷ୍ଠ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନିଲ କୁମାର ପଣ୍ଡା ଏହି ପୁରସ୍କାର ଗ୍ରହଣ କରିଥିଲେ । ବଲିଉଡ ଅଭିନେତା କରଣ ସିଂହ ଗ୍ରୋଭର ଏହି ସମ୍ମାନ ପ୍ରଦାନ କରିଥିଲେ ।

    ସୂଚନାଯୋଗ୍ୟ ଯେ କିଟ ଆତିଥ୍ୟ ବିଭାଗ ଛାତ୍ରଛାତ୍ରୀ, ଅତିଥିଙ୍କ ରହଣିକୁ ବାଦ ଦେଲେ ବିଭିନ୍ନ ସମ୍ମିଳନୀ ଆୟୋଜନ ଓ ଭୋଜନ ବ୍ୟବସ୍ଥା ସହିତ ବୃହତ ଶିକ୍ଷାଗତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଏକ ସମ୍ମନ୍ଵୟ ବ୍ୟବସ୍ଥା ଯୋଗାଇବାରେ କିଟ ଓଡିଶାରେ ପ୍ରଥମ ବିଶ୍ୱବିଦ୍ୟାଳୟ । ଏଠାରେ ପ୍ରାୟ ୨୦୦ କୋଠରୀ ସହ ଗୁଣବତ୍ତା ଓ ସୁରକ୍ଷା ମାନଦଣ୍ଡ ବଜାୟ ରଖି ପ୍ରତିଦିନ ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ସେବା ଯୋଗାଇବା ପାଇଁ ଫାଇନ୍-ଡାଇନିଂ, ମଲ୍ଟି-କ୍ୟୁଜିନ୍ ରେଷ୍ଟୁରାଣ୍ଟ ଏବଂ ଫୁଡ୍ କୋର୍ଟ ଆଦିର ବ୍ୟବସ୍ଥା ରହିଛି। ଏଥିରେ ସନ୍ତୋଷ ବ୍ୟକ୍ତ କରି କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଟାଇମ୍ସ ଅଫ ଇଣ୍ଡିଆକୁ ଧନ୍ୟବାଦ ଦେବା ସହ ଶ୍ରୀ ପଣ୍ଡାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.7 ° C
    13.7 °
    13.7 °
    60 %
    1.3kmh
    0 %
    Sat
    25 °
    Sun
    25 °
    Mon
    26 °
    Tue
    26 °
    Wed
    26 °

    ସମ୍ବନ୍ଧିତ