Saturday, October 19, 2024
29.2 C
Odisha

    ଭଲିବଲରେ ନୂଆ ଗିନିଜ୍‍ ବିଶ୍ୱ ରେକର୍ଡ କଲା କିସ୍, କ୍ରୀଡ଼ା କ୍ଷେତ୍ରରେ କିସ୍‍ ଓ ଓଡ଼ିଶା ପାଇଁ ଗିନିଜ୍‍ ବିଶ୍ୱ ରେକର୍ଡ ବୋଲି କହିଲେ ଡକ୍ଟର ଅଚ୍ୟୁତ ସାମନ୍ତ

    ଆଗକୁ ପଢନ୍ତୁ

    ଭଲିବଲରେ ନୂଆ ଗିନିଜ୍‍ ବିଶ୍ୱ ରେକର୍ଡ କଲା କିସ୍‍ । ପୁରୁଣା ଗିନିଜ ବିଶ୍ୱ ରେକର୍ଡକୁ ଭାଙ୍ଗିଛି କିସ୍‍ । ନିକଟରେ ଅନୁଷ୍ଠିତ ହୋଇଥିବା କିସ୍‍ ଭଲିବଲ୍‍ ମହୋତ୍ସବରେ କିସ୍‍ ଏହି ରେକର୍ଡ ଭାଙ୍ଗିଛି । ଭଲିବଲ୍‍ ମହୋତ୍ସବ ଅବସରରେ ଆୟୋଜିତ ଏକ ବନ୍ଧୁତ୍ୱପୂର୍ଣ୍ଣ ପ୍ରଦର୍ଶନୀ ମ୍ୟାଚରେ ୪୩୦ ଖେଳାଳି ଦୀର୍ଘ ୮ଘଣ୍ଟା ଧରି ଗୋଟିଏ ମ୍ୟାଚ୍‍ ଖେଳି ମୋଟ ୭୩୬-୭୫୬ ପଏଣ୍ଟ ସ୍କୋର ସହ ଏହି ରେକର୍ଡ କରିଛନ୍ତି । କିଟ୍‍, କିସ୍‍ ଓ ଆନ୍ତର୍ଜାତିକ ଭଲିବଲ୍‍ ସଂଘ (ଏଫ୍‍ଆଇଭିବି)ର ମିଳିତ ଉଦ୍ୟମରେ ଏହି ରେକର୍ଡ ସମ୍ଭବ ହୋଇପାରିଛି । ପୂର୍ବରୁ ୨୦୧୧ରେ ଫ୍ରାନ୍‍ସରେ ଏହିପରି ଏକ ପ୍ରୟାସ କରାଯାଇଥିଲା । ଏହି ମ୍ୟାଚରେ ୨୯୪ ଖେଳାଳି ଅଂଶ ଗ୍ରହଣ କରି ସେତେ ବେଳେ ଏକ ବିଶ୍ୱ ରେକର୍ଡ କରିଥିଲେ ।

    ଏହି ରେକର୍ଡକୁ କିସ୍‍ ଭାଙ୍ଗିବାରେ ସକ୍ଷମ ହୋଇଛି । ‘କିସ୍‍ ଭଲିବଲ୍‍ ମହୋତ୍ସବ’ରେ ସମଗ୍ର ଭାରତରୁ ୫ହଜାର ଛାତ୍ରଛାତ୍ରୀ ଖେଳାଳି ଭାବେ ଅଂଶଗ୍ରହଣ କରିଥିବା ବେଳେ ଗ୍ୟାଲେରୀରେ ୪୦ ହଜାର ଦର୍ଶକ ଏହାର ମଜା ନେଇଥିଲେ । କିସ୍‍ ଭଲିବଲ୍‍ କ୍ରୀଡ଼ା ମହୋତ୍ସବରେ ମୋଟ ୬୦ଟି ଆଉଟ୍‍ ଡୋର କୋର୍ଟ ଓ ବିଭିନ୍ନ ଇନଡୋର ଭେନ୍ୟୁରେ ଖେଳାଳିମାନେ ମ୍ୟାଚ୍‍ ଖେଳିଥିଲେ । ଏଥିରେ ଖୁସି ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଏଫ୍‍ଆଇଭିବି ଓ ଏହାର ସଭାପତି ଆରି ଗ୍ରାସାଙ୍କୁ ଧନ୍ୟବାଦ ଦେବା ସହ ଏହି ରେକର୍ଡ ସବୁଦିନ ପାଇଁ କିସ୍‍ ଓ ଓଡ଼ିଶା ନାଁରେ ରହିଗଲା ବୋଲି କହିଛନ୍ତି । ଏହା କ୍ରୀଡ଼ା କ୍ଷେତ୍ରରେ କିସ୍‍ ଓ ଓଡ଼ିଶା ପାଇଁ ଗିନିଜ୍‍ ବିଶ୍ୱ ରେକର୍ଡ ବୋଲି ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.2 ° C
    29.2 °
    29.2 °
    75 %
    1.8kmh
    99 %
    Sat
    28 °
    Sun
    28 °
    Mon
    29 °
    Tue
    29 °
    Wed
    28 °

    ସମ୍ବନ୍ଧିତ