Sunday, April 5, 2026
24.6 C
Odisha

    ଅହଂକାର ନୁହେଁ; ଏହି କାରଣରୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ଯୋଗ ଦେବେନି ୪ ଶଙ୍କରାଚାର୍ଯ୍ୟ

    ଆଗକୁ ପଢନ୍ତୁ

    କୋଲକାତା: ଚାରିଆଡ଼େ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଚର୍ଚ୍ଚା ହେଉଛି। ଏହି ସମାରୋହ କାର୍ଯ୍ୟକ୍ରମକୁ ନେଇ ବିରୋଧୀ ଦଳ ତୀବ୍ର ରାଜନୀତି କରୁଛନ୍ତି। ବିରୋଧୀ ଦଳଙ୍କ ଦାବି ମଧ୍ୟରେ ଚାରିଜଣ ଶଙ୍କରାଚାର୍ଯ୍ୟ ଅଯୋଧ୍ୟା ରାମ ମନ୍ଦିର ସମାରୋହ କାର୍ଯ୍ୟକ୍ରମକୁ ଯିବେନାହିଁ ବୋଲି ଜାଣିବାକୁ ମିଳିଛି। ଏ ନେଇ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ପ୍ରକାଶ କରିଛନ୍ତି ଯେ ରାମ ଲାଲାଙ୍କ ପ୍ରତିମା ସ୍ଥାପନ ପୂର୍ବରୁ ରହିଥିବା ପରମ୍ପରାଠୁ ଭିନ୍ନ। ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇ ସହ କଥାବାର୍ତ୍ତା କରି ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ କ’ଣ ପାଇଁ ୪ ଜଣ ଶଙ୍କରାଚାର୍ଯ୍ୟ ସମାରୋହରେ ଯୋଗ ଦେଇନାହାନ୍ତି ପ୍ରକାଶ କରିଛନ୍ତି।

    ସେ କହିଛନ୍ତି, “ଶଙ୍କରାଚାର୍ଯ୍ୟ ନିଜର ସମ୍ମାନ ରକ୍ଷା କରନ୍ତି। ଏହା ଅହଂକାର କାରଣରୁ ନୁହେଁ। ପ୍ରଧାନମନ୍ତ୍ରୀ ରାମ ଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ବେଳେ ଆମେ ବାହାରେ ବସି ପ୍ରଶଂସା କରିବା ଠିକ୍‌ କି? ‘ଧର୍ମନିରପେକ୍ଷ’ ସରକାର” ପୂର୍ବରୁ ରହିଥିବା ପରମ୍ପରାର ବିନାଶର ଅର୍ଥ ନୁହେଁ।’’ ଅଯୋଧ୍ୟାରେ ରାମ ଲାଲାଙ୍କ ଉତ୍ସର୍ଗ କାର୍ଯ୍ୟକ୍ରମକୁ ନେଇ ରାଜନୈତିକ ଦଳ ମଧ୍ୟରେ ପ୍ରତିବାଦ ଚାଲିଛି। ଏହି ସମୟରେ ଚାରିଜଣ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା କାର୍ଯ୍ୟକ୍ରମରେ ଉପସ୍ଥିତ ନରହିବାକୁ ନେଇ ବିରୋଧୀଙ୍କୁ ଆଉ ଏକ ପ୍ରସଙ୍ଗ ମିଳିଛି। କଂଗ୍ରେସ ସମେତ ବିରୋଧୀ ଦଳ ଆପତ୍ତି ‌କରିଛନ୍ତି ଯେ ଏକ ‘ଅସମାପ୍ତ ମନ୍ଦିର’ର ପ୍ରାଣ ପ୍ରତିଷ୍ଠା କିପରି ହେବ। ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସାରା ଦେଶରେ ଏବେ ଖାଲି ରାମନାମ ଶୁଭୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    59 %
    1.3kmh
    100 %
    Sun
    36 °
    Mon
    38 °
    Tue
    38 °
    Wed
    39 °
    Thu
    39 °

    ସମ୍ବନ୍ଧିତ