Saturday, October 10, 2026
24.5 C
Odisha

    ବାନ୍ଧବଗଡ଼ ଅଭୟାରଣ୍ୟରେ ୧୦ ହାତୀଙ୍କ ମୃତ୍ୟୁ, ୨ ଅଧିକାରୀ ନିଲମ୍ବିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟରେ ୧୦ଟି ହାତୀ ମୃତ୍ୟୁବରଣ କରିଛନ୍ତି । ଏହାକୁ ନେଇ ରାଜ୍ୟ ସରକାର ୨ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୂଚନା ଅନୁସାରେ ହାତୀମୃତ୍ୟୁ ମାମଲାରେ ଏକ ଉଚ୍ଚସ୍ତରୀୟ ଟିମ୍ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏହା ପରେ ବ୍ୟାଘ୍ର ସଂରକ୍ଷଣର ଦୁଇ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଯେ ହାତୀ ମୃତ୍ୟୁପଛରେ କୌଣସି କୀଟନାଶକ କିମ୍ବା ଅନ୍ୟ କୌଣସି ପ୍ରକାର ଷଡ଼ଯନ୍ତ୍ର ହେବାର ଆଶଙ୍କା ନାହିଁ। ରିଜର୍ଭ ନିର୍ଦ୍ଦେଶକ ଗୌରବ ଚୌଧୁରୀ ଏବଂ ଭାରପ୍ରାପ୍ତ ସହକାରୀ ବନ ସଂରକ୍ଷକ (ଏସିଏଫ୍) ଫତେହ ସିଂ ନିନାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

    ଉଚ୍ଚସ୍ତରୀୟ ଟିମ୍ ଏହାର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଫୋନ୍ ସୁଇଚ୍ ଅଫ୍ କରିବା, ଛୁଟି ପରେ କାମକୁ ନ ଫେରିବା ଓ ଅନ୍ୟାନ୍ୟ କାରଣରୁ ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷଣ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯାଇଛି। ଏସିଏଫ୍ ଫତେସିଂହ ନିନାମଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ଉଭୟ ଅଧିକାରୀଙ୍କ ଅବହେଳା ଅଭିଯୋଗ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ