Saturday, September 19, 2026
25.5 C
Odisha

    ଜବରଦଖଲକାରୀଙ୍କ କବଜାରେ ସହରାଞ୍ଚଳର ମୂଲ୍ୟବାନ ଜମି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଜମିର ମୂଲ୍ୟ ଅମୂଲ୍ୟ। ଏଥି ପାଇଁ ସରକାରୀ ଜମି ଉପରେ ଜବରଦଖଲକାରୀଙ୍କ ନଜର ରହିଛି। ରାଜଧାନୀରେ ମଧ୍ୟ ଅନେକ ସ୍ଥାନରେ ସରକାରୀ ଜମିକୁ ଲୋକେ ଜବରଦଖଲ କରିଛନ୍ତି। ମୂଲ୍ୟବାନ ଜମି ଉପରେ ଘର ନିର୍ମାଣ କରାଯାଇଥିବା ବେଳେ ଆଉ କିଛି ସ୍ଥାନରେ ଜବରଦଖଲକାରୀ ପାଚେରୀ ବୁଲାଇ ରଖିଛନ୍ତି। ଜବରଦଖଲକାରୀମାନେ ମୂଲ୍ୟବାନ ଜମିକୁ ନିଜ ଅକ୍ତିଆରକୁ ନେଇଯାଇଛନ୍ତି। ସହରାଞ୍ଚଳର କୋଟିକୋଟି ଟଙ୍କାର ମୂଲ୍ୟବାନ ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଭୁବନେଶ୍ବରରେ ପ୍ରାୟ ୩୦ ଏକର ଜମି ଜବରଦଲକାରୀଙ୍କ କବ୍‌ଜାରେ ରହିଛି ବୋଲି ବିଧାନସଭାରେ ଲିଖିତ ଭାବେ ଉତ୍ତର ଦେଇଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। କିନ୍ତୁ ବାସ୍ତବରେ ଏହା ଅଧିକ ହୋଇପାରେ।
    ବିଧାନସଭାରେ ମନ୍ତ୍ରୀ ଶ୍ରୀ ମହାପାତ୍ର ଦେଇଥିବା ଉତ୍ତର ଅନୁସାରେ, ଜବରଦଖଲ ହୋଇଥିବା ଜମି ମଧ୍ୟରେ ସର୍ବାଧିକ ସାମପୁର ମଉଜାର ୨୭ ଏକର ଜମି ରହିଛି। ଆଉ ଏଥି ପାଇଁ ୧୬ ଗୋଟି ଜବରଦଖଲ ମାମଲା ରୁଜ୍ଜୁ ହୋଇଥିବା ବେଳେ ସମସ୍ତ ମାମଲାରେ ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି। ସେହିପରି ଗାଡ଼କଣରେ ଦୁଇ ଏକର ଜମି ଜବରଦଖଲକାରୀଙ୍କ କବ୍‌ଜାରେ ଥିବା ବେଳେ ଚନ୍ଦ୍ରଶେଖରପୁରରେ ଦେଢ ଏକର ଜମି ମଧ୍ୟ କବ୍‌ଜାରେ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.5 ° C
    25.5 °
    25.5 °
    89 %
    1.4kmh
    100 %
    Sat
    26 °
    Sun
    31 °
    Mon
    30 °
    Tue
    28 °
    Wed
    27 °

    ସମ୍ବନ୍ଧିତ