Tuesday, April 7, 2026
22.5 C
Odisha

    ଜରିପାଲ ଟଣା ଝାଟିମାଟି ଘରେ କଟୁଛି ବିଧବା ବୃଦ୍ଧା ସୁରୁଚିଙ୍କ ଜୀବନ

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ଭାରତ ସ୍ୱାଧୀନତାକୁ ୭୭ବର୍ଷ ପୁରିଲାଣି। ଏହା ଭିତରେ କେତେ ଦଳ କେତେ ସରକାର ଆସି ଗଲେଣି। କିନ୍ତୁ ଗରିବଙ୍କ ପାଇଁ ମାଳମାଳ ଯୋଜନା, ନିର୍ବାଚନ ପୂର୍ବରୁ ପୁଳାପୁଳା ପ୍ରତିଶ୍ରୁତି, ଅସୁମାରୀ ସ୍ୱପ୍ନ ପୂରା ହେଉନାହିଁ। କ୍ଷମତାକୁ ଆସିବା ପରେ ଗରିବ ଅସହାୟଙ୍କ କଥା ଭୁଲି ନିଜ ସ୍ୱାର୍ଥ ହାସଲ କରିବାରେ ବ୍ୟସ୍ତ ଥିବା ଯୋଗୁଁ ଆଜି ବି ଦେଶରେ ଗରିବୀ ହଟିନି କି ଗରିବ ଆଖିରୁ ଲୁହ ଶୁଖିନି। ଗରିବ ଗରିବ ହୋଇ ରହିଛନ୍ତି। ନା ରହିବାକୁ ଭଲ ଘର ଖଣ୍ଡେ ପାଉଛନ୍ତି ନା ଶାନ୍ତିରେ ମୁଠେ ଖାଇ ପାରୁଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ମୁଣ୍ଡ ଉପରେ ଛାତ ଖଣ୍ଡେ ନଥାଏ ଜରିପାଲ ଟଣା ଘରେ ଜୀବନ କାଟୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି କ ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ପଞ୍ଚାୟତ ପଦାସାହିରେ। ଗତ କିଛି ଦିନ ହେଲା ହୋଇଥିବା ଲଗାଣ ବର୍ଷାରେ ତାଙ୍କର ଘର କାନ୍ଥ ଓ ଝାଟି ମାଟି ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା। ଦିନ ମଜୁରିଆ ଯାଇ ପାଉଥିବା ଟଙ୍କାରେ କିଛି ଜରିପାଲ କିଣି ଘର ଢାଙ୍କି ଥିବା କହିଛନ୍ତି। ଅର୍ଥ ଅଭାବରୁ ଘର ସଜାଡ଼ି ନପାରି ଝାଟିମାଟି ତଳେ ବିପଦ ସଙ୍କୁଳ ଅବସ୍ଥାରେ କାଳାତିପାତ କରୁଛନ୍ତି।
    ସରକାରଙ୍କ ପକ୍ଷରୁ ତାଙ୍କୁ ଆଜି ପର୍ଯ୍ୟନ୍ତ ପକ୍କା ଘର ମିଳିନଥିବା ଅସହାୟ ବିଧବା ମହିଳା ସୁରୁଚି ବେହେରା ଦୁଃଖର ସହ କହିଛନ୍ତି। ପକ୍କା ଘର ଖଣ୍ଡିଏ ପାଇବା ପାଇଁ ଦୀର୍ଘ ବର୍ଷ ହେବ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ସୁଫଳ ମିଳିନାହିଁ। ଜଣେ ଦିନ ମଜୁରୀଆ ହୋଇଥିବା ବେଳେ ସବୁଦିନ ମୂଲ ମଜୁରୀ ମିଳୁନାହିଁ। ଯାହା କିଛି ମୂଲ ମଜୁରୀ ମିଳେ ସେଥିରେ ନିଜେ କଷ୍ଟେମଷ୍ଟେ ଚଳୁଥିବା ବେଳେ ପକ୍କା ଘର ଖଣ୍ଡିଏ କରିବା ତାଙ୍କ ପକ୍ଷେ ସାତ ସପନ ପାଲଟିଛି।
    ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଳ ଛପର ଘରେ ବସବାସ କରୁଥିବା ପ୍ରତି ଗରିବ ପରିବାରକୁ ପକ୍କା ଘର ଯୋଗାଇ ଦେବାକୁ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଗରିବଙ୍କୁ ପକ୍କା ଘର ଯୋଗାଇବା ଦାୟିତ୍ୱରେ ଥିବା ପ୍ରଶାସନ ଅଧିକାରୀଙ୍କ ଉଦାସୀନ ମନୋଭାବ ଯୋଗୁଁ ସରକାରଙ୍କ ଯୋଜନା ଗରିବଙ୍କ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ କରିଛନ୍ତି। ଏହି ଗରିବ ପରିବାରକୁ ତୁରନ୍ତ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦେବା ସହ ପକ୍କା ଘର ଯୋଗେଇ ଦେବାକୁ ଦାବି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    77 %
    0.8kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ