Sunday, October 18, 2026
24.8 C
Odisha

    ନକଲି ସିବିଆଇ ଓ ମୁମ୍ୱାଇ କ୍ରାଇମ ବ୍ରାଞ୍ଚ ଅଧିକାରୀ ଗିରଫ

    ଆଗକୁ ପଢନ୍ତୁ

    ରାଉରକେଲା : ନିଜକୁ ମୁମ୍ୱାଇ କ୍ରାଇମ୍ ବ୍ରାଞ୍ଚ ଏବଂ ସିବିଆଇ ଅଫିସର ପରିଚୟ ଦେଇ ଜଣେ ବ୍ୟକ୍ତିଙ୍କୁ ଧମକଚମକ ଦେବା ଏବଂ ଗିରଫ କରିବାର ଭୟ ଦେଖାଇ ତାଙ୍କ ଠାରୁ ୨୩ ଲକ୍ଷ ଟଙ୍କା ଠକି ନେଇ ଥିବା ଅଭିଯୋଗରେ ରାଉରକେଲା ପୁଲିସ୍ ଦୁଇ ଜଣଙ୍କୁ ରାଜସ୍ଥାନରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ରାଜସ୍ଥାନ ଜୟପୁର ଅଞ୍ଚଳର ମୁକେଶ ସାଇନି (୨୧) ଏବଂ ଯୋଧପୁର ଅଞ୍ଚଳର ହର୍ଷିତ ସାଇନ (୨୨) ।
    ସୂଚନା ଅନୁସାରେ ରାଉରକେଲାର ଅରୁଣ କୁମାର ମଣ୍ଡଳ ଚାଇନାକୁ ପାର୍ଶଲରେ ମାଦକ ଦ୍ରବ୍ୟ ପଠାଇଥିବା କହି ମୋହିତ ହଣ୍ଡା ନାମକ ଜଣେ ଯୁବକ ନିଜକୁ ମୁମ୍ୱାଇ କ୍ରାଇମବ୍ରାଞ୍ଚ ଅଧିକାରୀ ବୋଲି ପରିଚୟ ଦେଇ ଧମକାଇ ଥିଲେ । ଏତଲା ରୁ ନାଁ କାଟି ଦେବାକୁକହି ପ୍ରଥମେ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ । ଅରୁଣ ମଣ୍ଡଳ ଭୟଭୀତ ହୋଇ ୨୦ ଲକ୍ଷ ଟଙ୍କା ନିଜ ଆକାଉଣ୍ଟରୁ ଉକ୍ତ ଠକଙ୍କୁ ପଠାଇ ଥିଲେ । ଏହାପରେ ପୁଣି ଥରେ ସେମାନେ ୩ ଲକ୍ଷ ଟଙ୍କା ଦାବି କରିବାରୁ ଗିରଫ ଭୟରେ ଏହି ଅର୍ଥ ମଧ୍ୟ ସେମାନଙ୍କ ଆକାଉଣ୍ଟରେ ଜମା କରିଥିଲେ । ଅରୁଣ ସେମାନଙ୍କ ଜାଲରେ ଫସିଯାଇଥିବା ଜାଣିପାରି ଠକମାନେ ପୁନର୍ବାର ଆହୁରି ଅର୍ଥ ଦାବି କରିବାରୁ ସେ ବାଧ୍ୟ ହୋଇ ପୁଲିସର ଦ୍ୱାରସ୍ଥ ହୋଇଥିଲେ । ଅରୁଣ ମଣ୍ଡଳ ଗତ ନଭେମ୍ୱର ୨୬ ତାରିଖରେ ରାଉରକେଲା ସାଇବର ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଏସ୍‌ପି ନିତେଶ ୱାଧୱାନୀଙ୍କ ନିର୍ଦ୍ଦେଶକ୍ରମେ ସାଇବର ଥାନାରେ ଏକ ମୋକଦ୍ଦମା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା । ପରେ ଠକଙ୍କ ମୋବାଇଲ ଫାନ ଲୋକେସନ ଟ୍ରାକିଂ କରି ସେମାନଙ୍କୁ ଠାବ କରାଯାଇଥିଲା । ଏହାପରେ ସାଇବର ଥାନାର ସବ୍‌ଇନିସପେକ୍ଟର ଆଦିତ୍ୟ ନାରାୟଣ ବେହେରା ଓ ଓମ୍‌ପ୍ରକାଶ ରାଉତରାୟ ରାଜସ୍ଥାନ ଯାଇ ଏହି ଠକ ଗ୍ୟାଙ୍ଗର ମୁକେଶ ସାଇନି ଓ ହର୍ଷିତ ସାଇନି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି ରାଉରକେଲା ଆଣିଥିଲେ । ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଏ ଧରଣର ଡିଜିଟାଲ୍ ଠକେଇ ବାବଦରେ କଲ୍ ପାଇଲେ ତୁରନ୍ତ ସାଇବର୍ ଥାନାକୁ ଜଣାଇବାକୁ ରାଉରକେଲା ଏସ୍‌ପି ଜନସଧାରଣଙ୍କୁ ନିବେଦନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ