Friday, April 3, 2026
29.7 C
Odisha

    କେବଳ ଲେମ୍ବୁ ନୁହେଁ ତା’ର ଚୋପା ମଧ୍ୟ ଦିଏ ଅନେକ ଫାଇଦା

    ଆଗକୁ ପଢନ୍ତୁ

    ଆପଣ ଲେମ୍ବୁ ଖାଇଥିବେ ଏବଂ ଏହାର ଚୋପାକୁ ଫୋପାଡିଦେଉଥିବେ ନିଶ୍ଚିତ। ଲେମ୍ବୁରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଥାଏ। ଏଥିପାଇଁ ଲୋକମାନେ ଲେମ୍ବୁ ଖାଇବା ପରେ ତାର ଚୋପାକୁ ଫୋପାଡିଦେଇଥାନ୍ତି। ଆପଣ କମଳା ଚୋପା କିମ୍ବା ବିଭିନ୍ନ ଫଳ ଏବଂ ପନିପରିବା ଚୋପାର ଉପକାରିତା ବିଷୟରେ ନିଶ୍ଚିତ ଜାଣିଥିବେ। ଆପଣ ମଧ୍ୟ ଲେମ୍ବୁ ଖାଇ ସାରିବା ପରେ ତା’ର ଚୋପାକୁ ଫୋପାଡିଦେଉଥିବେ । କିନ୍ତୁ ଏହାର ଅନେକ ଫାଇଦା ରହିଛି। ଲେମ୍ବୁଚୋପାକୁ ଆପଣ କେବଳ ଫେସପ୍ୟାକ୍ କିମ୍ବା ଆଚାର ନୁହେଁ ବରଂ ଅନେକ କାମରେ ଲଗାଇପାରିବେ।

    – ଲେମ୍ବୁ ଚୋପାରେ ଆପଣ ଚଟଣୀ ପ୍ରସ୍ତୁତ କରିପାରିବେ। ଚଟଣୀ ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ ଲେମ୍ବୁଚୋପା, ଲୁଣ, ଲଙ୍କା ପାଉଡର ପକାଇ ଭଲ ଭାବେ ପେଷ୍ଟ କରିଦିଅନ୍ତୁ।

    – ଲେମ୍ବୁ ଚୋପାକୁ ଭଲ ଭାବେ ଗୁଣ୍ଡ କରି ଶୁଖାଇ ଦିଅନ୍ତୁ। ଏବେ ଏହାକୁ ପାଣିରେ ପକାଇ ପିଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ।

    – ଆପଣ ଲେମ୍ବୁ ଚୋପାରେ ସ୍କ୍ରବ ମଧ୍ୟ ପ୍ରସ୍ତୁତ କରିପାରିବେ। ଏହାକୁ ଶୁଖାଇ ଖଦଖଦଡିଆ ଭାବେ ପେଷ୍ଟ କରି ଚେହେରାରେ ଲଗାଇ ସ୍କ୍ରବ କରନ୍ତୁ।

    – ଯଦି ଛୁରୀରେ ଜଙ୍କ କିମ୍ବା ମଇଳା ଲାଗିଥାଏ, ତେବେ ଲେମ୍ବୁ ଚୋପାରେ ଏହାକୁ ସଫା କରିପାରିବେ।

    – ତମ୍ବା ବାସନକୁ ସଫା କରିବା ପାଇଁ ଲେମ୍ବୁ ଚୋପା ବ୍ୟବହାର କରନ୍ତୁ।

    – ଲେମ୍ବୁ ଚୋପାକୁ ପେଷ୍ଟ କରି ନଖରେ ଲଗାନ୍ତୁ। ଫଳରେ ନଖରେ ଚମକ ଆସିବା ସହିତ ଉଜ୍ବଳ ଦେଖାଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    34 %
    2.3kmh
    77 %
    Fri
    30 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ