Wednesday, May 1, 2024
35 C
Odisha

    ସଂସଦରେ ଗୃହକାର୍ଯ୍ୟ ଚାଲିଥିବା ବେଳେ ପଶିଲେ ୨ ଅଜ୍ଞାତ ଯୁବକ, ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

    ଆଗକୁ ପଢନ୍ତୁ

    ହଠାତ ଲୋକସଭା ଭିତରକୁ ପଶି ଆସିଲେ  ୨ ଜଣ ଅଜ୍ଞାତ ଯୁବକ ।  ଦର୍ଶକ ଗ୍ୟାଲେରୀରୁ ହଠାତ ଦୁହେଁ ଭିତରକୁ ଡେଇଁ ବାଚସ୍ପତିଙ୍କ ପୋଡ଼ିୟମ ଆଡ଼କୁ ଆଗେଇଥିଲେ । ସୁରକ୍ଷାକର୍ମୀମାନେ ସେଠାରେ ପହଞ୍ଚି ଲୁହବୁହା ଗ୍ୟାସ ପ୍ରୟୋଗ କରି ସେମାନଙ୍କୁ ଆୟତ୍ତ କରିଥିଲେ । ବର୍ତ୍ତମାନ ଉଭୟଙ୍କୁ ସୁରକ୍ଷାକର୍ମୀଙ୍କ ଦ୍ୱାରା ଅଟକ ରଖାଯାଇଛି । ଏହା ସହିତ ସେମାନଙ୍କ ପାଖରୁ ବାଣ ମଧ୍ୟ ଜବତ କରାଯାଇଛି । ସେହି କାରଣରୁ ୨ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ତେବେ ଏହି ଘଟଣା ପରେ ସଂସଦର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ତେବେ ଏହି ବ୍ୟକ୍ତି ଦୁଇଜଣଙ୍କର ଏ ପର୍ଯ୍ୟନ୍ତ ପରିଚୟ ମିଳିନଥିବା ସୂଚନା ମିଳିଛି । ତେବେ ସେମାନଙ୍କର ଏପରି କରିବା ପଛର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ତେବେ ଆଜି ସଂସଦରେ ଆତଙ୍କବାଦୀ ଆକ୍ରମଣକୁ ୨୨ ବର୍ଷ ପୂରିଛି । ତେବେ ଦୀର୍ଘ ୨୨ ବର୍ଷ ପରେ ଏପରି ଏକ ଘଟଣା ଘଟିବା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ତେବେ ଏମାନଙ୍କର ଏପରି ହଠାତ ଭିତରକୁ ପଶିଆସିବା ପଛରେ କୌଣସି ଉଦ୍ଦେଶ୍ୟ ରହିଥିବା ନେଇ ଆଶଙ୍କା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    35 ° C
    35 °
    35 °
    25 %
    2.4kmh
    90 %
    Wed
    36 °
    Thu
    43 °
    Fri
    43 °
    Sat
    44 °
    Sun
    45 °

    ସମ୍ବନ୍ଧିତ