Wednesday, October 7, 2026
22.1 C
Odisha

    ରାଉରକେଲାରେ ଆଖଡ଼ା ଶୋଭାଯାତ୍ରା: ସାମିଲ ହେଲେ ଲୋକସଭା ଓ ବିଧାନସଭାର ପ୍ରାର୍ଥୀ

    ଆଗକୁ ପଢନ୍ତୁ

    ରାଉରକେଲା: ପବିତ୍ର ରାମନବମୀ ଅବସରରେ ରାଉରକେଲାରେ ଗୁରୁବାର ଆଖଡ଼ା ଶୋଭାଯାତ୍ରା ବାହାରିଛି। ଏହି ଶୋଭାଯାତ୍ରାରେ ମୋଟ ୧୮ଟି ଆଖଡ଼ା କମିଟି ସାମିଲ ହୋଇଛନ୍ତି। ଶୋଭାଯାତ୍ରାରେ ସହର ସବୁ ସମ୍ପ୍ରଦାୟର ଲୋକ ସାମିଲ ହୋଇଛନ୍ତି। ରାଉରକେଲା ଡିଆଇଜି ବ୍ରିଜେଶ କୁମାର ରାୟଙ୍କ ସମେତ ଉଭୟ ଲୋକସଭା ଓ ବିଧାନସଭାର ପ୍ରାର୍ଥୀମାନେ ମଧ୍ୟ ସାମିଲ ହୋଇଛନ୍ତି।କୁମ୍ଭାରପଡ଼ାର ବାବା ଶମ୍ଭୁନାଥ, ମାଲଗୋଦାମର ରାଣାପ୍ରତାପ ଦଳ, ବିର୍ସା ଡାହରର ଜୟ ହନୁମାନ ଆଖଡ଼ା ସମିତି, ଲାଲ ବିଲ୍ଡିଙ୍ଗ ଶିବାଜୀ ମାର୍ଗର ଆଖଡ଼ା, ରାଉରକେଲା ନବଯୁକ ସଂଘ, ପୁରୁଣା ଟେକ୍ସି ଷ୍ଟାଣ୍ଡର ବାବା ଭୂତନାଥ ଆଖଡ଼ା, ଡିଲକ୍ସ ଗଳି ମହତାବ‌‌ ରୋଡରୁ ଶ୍ରୀ ଶିବଶକ୍ତି ଆଖଡା, ଜିଟି ଲେନ୍‌ର ଦୁଇ ଆଖଡ଼ା, ବର୍ସା ଛକରୁ ମହାବୀର ଆଖଡ଼ା, ନ୍ୟୁ ବସ୍‌ଷ୍ଟାଣ୍ଡର ଶ୍ରୀ ତ୍ରିନାଥ ଆଖଡ଼ା, ଡିଲକ୍ସ ଗଳିରୁ ଜୟ ମହାକାଳ ଆଖଡ଼ା, ଉଦିତ ନଗରର ଋଦ୍ର ବାବା ଆଖଡ଼ା, ଡେଲି ମାର୍କେଟରୁ ମା ଦୁର୍ଗା ଆଖଡ଼ା, ମଧୁସୂଦନ ଛକର ବାବା ମହାକାଳେଶ୍ବର ଆଖଡ଼ା ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି।ବୁଧବାର ପ୍ରଭୁ ହନୁମାନଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଆଜି ରାଉରକେଲାରେ ହନୁମାନ ଭକ୍ତମାନେ ଉଲ୍ଲସିତ ଦେଖାଯାଇଛନ୍ତି। ଏପ୍ରିଲ ୧୯ରେ ୧୨, ୨୧ରେ ୪ ଓ ୨୨ରେ ଦୁଇ ଆଖଡ଼ା ଶୋଭାଯାତ୍ରା ବାହାରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    1.1kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ