Wednesday, October 7, 2026
22.1 C
Odisha

    ଶଙ୍ଖ ଛାଡ଼ି ହାତ ଧରିବେ କି ଅସନ୍ତୁଷ୍ଟ ସମୀର ? ନିମାପଡ଼ା ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଲା

    ଆଗକୁ ପଢନ୍ତୁ

    ନିମାପଡ଼ା: ନିମାପଡ଼ାରୁ ବିଜେଡି ଟିକେଟ ଘୋଷଣା ପରେ ସିଟିଂ ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକ ହତୋତ୍ସାହିତ ହୋଇପଡ଼ିଛନ୍ତି। ଦଳ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାରୁ ସମୀରଙ୍କ ସମର୍ଥକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ବିଜେଡ଼ି ବାଡ଼ ଡେଇଁ କଂଗ୍ରେସ ଶିବିରରେ ଯୋଗଦେବା ନେଇ ଆଲୋଚନା ହେଉଛି।ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି। ଭାଜପା, ବିଜେଡି ନିମାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିସାରି ଥିବାବେଳେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ।

    କଂଗ୍ରେସର ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଥିବାରୁ ରାଜନୈତିକ ମହଲରେ ନାନା କଳ୍ପାନଜଳ୍ପନା ପ୍ରକାଶ ପାଇଛି। ସମୀର ଦାଶ କଂଗ୍ରେସକୁ ଯାଉନାହାନ୍ତି ଏବଂ ଦଳର ନେତୃତ୍ୱ ତାଙ୍କୁ ଗ୍ରହଣ କରିବା ମାନସିକତାରେ ନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ଆଶାୟୀ ନିରୋଦ ଚରଣ ଖୁଣ୍ଟିଆ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    1.1kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ