Friday, March 20, 2026
21.1 C
Odisha

    ବାଣୀ ବିହାର କ୍ୟାମ୍ପସ ଭିତରୁ ବଡ଼ ଧରଣର ଲୁଟ୍

    ଆଗକୁ ପଢନ୍ତୁ

    ରାଜଧାନୀରୁ ପୁଣି ଲୁଟ୍ । ବାଣୀବିହାର କ୍ୟାମ୍ପସ ଭିତରୁ ବଡ଼ ଧରଣର ଲୁଟ୍ । କ୍ୟାମ୍ପସ କ୍ୱାର୍ଟରରେ ରହୁଥିବା ମନୋରଞ୍ଜନ ଜେନାଙ୍କ ଘରୁ ଲୁଟ୍ ହୋଇଛି । ୧୦ ଲକ୍ଷ ଟଙ୍କାର ସୁନା ଗହଣା, ୨ ଲକ୍ଷ ନଗଦ ଟଙ୍କା, ଡିଏସ୍ଏଲଆର କ୍ୟାମେରା, ରୂପା ଅଳଙ୍କାର ମଧ୍ୟ ଲୁଟି ନେଇଛନ୍ତି । ଲୁଟେରାମାନେ ଘଟଣାସ୍ଥଳରେ ଏକ ଲେଦର ବ୍ୟାଗ୍ ଛାଡିଯାଇଥିବା ଦେଖିବାକୁ ମିଳିଛି । ସେହି ବ୍ୟାଗକୁ ନେଇ ଏବେ ଛାନଭିନ୍ ଆରମ୍ଭ କରିଛି ପୋଲିସ । ସନ୍ଧାନୀ କୁକୁର ପଛେପଛେ ଚାଲିଛି ପୋଲିସ । ଡଗ୍ ସ୍କ୍ୱାର୍ଡକୁ ନେଇ ତଦନ୍ତ ଚାଲିଥିବା ବେଳେ ପୋଲିସକୁ କିଛି ସୁରାକ ମିଳିଥିବା ଜଣାପଡ଼ିଛି । କ୍ୟାମ୍ପସରେ ଥିବା ଜଙ୍ଗଲ ଭିତରୁ କିଛି ରୂପା ଅଳଙ୍କାର ମଧ୍ୟ ପୋଲିସ ଜବତ କରିଛି । ବାକି ସୁନାଗହଣା କୁଆଡେ ଗଲା, ସେନେଇ ତଦନ୍ତ ଚଳାଇଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.1 ° C
    21.1 °
    21.1 °
    77 %
    0.5kmh
    100 %
    Fri
    22 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ