Sunday, October 4, 2026
29.6 C
Odisha

    ନୀତା ଅମ୍ବାନୀଙ୍କୁ ଏହି ବ୍ୟବସାୟର ଦାୟିତ୍ବ ଦେଲେ ମୁକେଶ ଅମ୍ବାନୀ , ରିଲାଏନ୍ସର ରହିଛି ଏସବୁ ଯୋଜନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଟେଲିକମ୍ ଏବଂ ଖୁଚୁରା ପରେ ଗଣମାଧ୍ୟମ, ମନୋରଞ୍ଜନ ଏବଂ କ୍ରୀଡା ଶିଳ୍ପରେ ନିଜର ଉପସ୍ଥିତି ଜାହିର କରିବା ଲାଗି ପ୍ରସ୍ତୁତ ହେଉଛନ୍ତି। ରିଲାଏନ୍ସ କମ୍ପାନୀ ଭାୟାକମ୍ ୧୮ ଏବଂ ଡିସ୍ନି ଷ୍ଟାର୍ ଇଣ୍ଡିଆର ମିଶ୍ରଣ ପରେ ୮.୫ ବିଲିୟନ ଡଲାର ମୂଲ୍ୟର ଏକ କମ୍ପାନୀ ସୃଷ୍ଟି ହୋଇଛି। ଏହା ଦେଶର ସବୁଠାରୁ ବଡ ମିଡିଆ ଏବଂ ମନୋରଞ୍ଜନ କମ୍ପାନୀ ଅଟେ। ଏଥିରେ ୭୫ କୋଟିରୁ ଅଧିକ ଭ୍ୟୁୟର୍ସ, ୨ ଲକ୍ଷ ଘଣ୍ଟାରୁ ଅଧିକ ବିଷୟବସ୍ତୁ ଏବଂ କ୍ରିକେଟ୍ ପାଇଁ ମିଡିଆ ଅଧିକାର ରହିଛି। ଏହା କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଏକ ଗେମ୍ ଚେଞ୍ଜର ଭାବେ ପ୍ରମାଣିତ ହୋଇପାରେ। ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀଙ୍କୁ ଭାୟାକମ୍ ୧୮ ଡିସ୍ନି ର ଚେୟାରମ୍ୟାନ୍ କରାଯାଇଛି। ଗତ ବର୍ଷ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବୋର୍ଡ ଛାଡିଥିଲେ ଏବଂ ଏହା ପରେ ତାଙ୍କୁ ପ୍ରଥମ ଥର ପାଇଁ ଏକ ବ୍ୟବସାୟର ଦାୟିତ୍ବ ପ୍ରଦାନ କରାଯାଇଛି। ନୀତା ଅମ୍ବାନୀ କ୍ରୀଡା ସହିତ ଜଡିତ କିନ୍ତୁ ସେ ପ୍ରଥମ ଥର ପାଇଁ ମିଡିଆ ଦୁନିଆରେ ପ୍ରବେଶ କରିଛନ୍ତି।

    ତାଙ୍କର ଟକ୍କର ସୋନି, ନେଟଫ୍ଲିକ୍ସ ଏବଂ ଆମାଜନର ପ୍ରାଇମ ଭିଡିଓ ସହିତ ହେବାକୁ ଯାଉଛି। ଏହି କ୍ଷେତ୍ର ମୁକେଶ ଅମ୍ବାନୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସେ ଭାୟାକମ୍-୧୮ ମାଧ୍ୟମରେ ଏଥିରେ ୨୨,୦୦୦ କୋଟି ଟଙ୍କା ବିନିଯୋଗ କରିଛନ୍ତି। ଏବେ ଏହାକୁ ଆଗକୁ ନେବା ଦାୟିତ୍ୱ ନୀତା ଅମ୍ବାନୀଙ୍କ ଉପରେ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ