Monday, March 10, 2025
35.7 C
Odisha

    ସମ୍ପର୍କ ରଖିବା ପରେ ଧର୍ମ ପରିବର୍ତ୍ତନ ପାଇଁ ଜବରଦସ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭୁବନେଶ୍ବରରେ ଲଭ ଜିହାଦ୍‌ । ରାଜଧାନୀରେ ଯୁବତୀଙ୍କୁ ଟ୍ରାପରେ ପକାଇ ଟଙ୍କା ଲୁଟିନେଲା ଜମ୍ମୁ-କାଶ୍ମୀରର ଯୁବକ । ଓଡ଼ିଆ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କଲା ଅଭିଯୁକ୍ତ । ମୋବାଇଲରେ ସୁଟ୍ କରି ଯୁବତୀ ଓ ତାଙ୍କ ପରିବାରକୁ ବ୍ଲାକମେଲ୍ କରିବା ସହ ଟଙ୍କା ମାଗିଲା । କେବଳ ସେତିକି ନୁହେଁ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବି ଚାପ ପକାଉଥିଲା ଅଭିଯୁକ୍ତ ଜଣଙ୍କ । ଏପରିକି ଯୁବତୀଙ୍କ ବାପା, ମାଆଙ୍କୁ ଝିଅର ଭିଡିଓ ପଠାଇ ୫ ଲକ୍ଷରୁ ଅଧିକ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ଜମ୍ମୁ-କାଶ୍ମୀର ସମୀର ମନସୁର ନାମକ ବ୍ୟକ୍ତି ବିରୋଧରେ ଏଭଳି ସାଂଘାତିକ୍ ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାର୍ଡ । ସମୀର ମନସୁରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଧାରା ୧୬୧ରେ ପୀଡିତାଙ୍କ ବୟାନ ରେକର୍ଡ କରି ପୋଲିସ ଘଟଣାର ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.7 ° C
    35.7 °
    35.7 °
    15 %
    3.4kmh
    0 %
    Mon
    35 °
    Tue
    37 °
    Wed
    40 °
    Thu
    41 °
    Fri
    41 °

    ସମ୍ବନ୍ଧିତ