Sunday, April 12, 2026
31.2 C
Odisha

    ମା’ ବୁଢ଼ୀ ସାହାରେଇଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

    ଆଗକୁ ପଢନ୍ତୁ

    ଭକ୍ତିମୟ ପରିବେଶରେ ମନ୍ଦିର ପ୍ରବେଶ କଲେ ମା’
    –ଭାବ ଓ ଭକ୍ତିରେ ଭିଜେଇଲେ କଣ୍ଠଶିଳ୍ପୀ, ପ୍ରବଚକ
    –ଜୟ ମା’ ବୁଢ଼ୀ ସାହାରେଇ ପୁସ୍ତକ ଉନ୍ମୋଚିତ
    –ଲୋକାର୍ପଣ ହେଲା ବୁଢ଼ୀ ସାହାରେଇଙ୍କ ୬ଟି ଭଜନ
    ବାଲିକୁଦା,୧୨ ।୪: ପ୍ରକୃତି କୂଳରେ ଶୋଭାପାଇବେ ମା’ ବୁଢ଼ୀ ସାହାରେଇ । ଲୋକଙ୍କ ଦୁଃଖ ହରଣ କରି ଅଭୟ ପ୍ରଦାନ କରିବେ । ଏଇ ଆଶାନେଇ ପ୍ରଚଣ୍ଡରୌଦ୍ର ତାପକୁ ଖାତିର ନ କରି ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆଜି ମା’ବୁଢ଼ୀ ସାହାରେଇଙ୍କ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ଆଶୀର୍ବାଦ ନେଇଥିଲେ । ଭକ୍ତିମୟ ପରିବେଶ ଓ ଜୟ ମା’ବୁଢ଼ୀ ସାହାରେଇ ଧ୍ୱନୀରେ ପ୍ରକମ୍ପିତ ହୋଇଉଠିଥିଲା ଓଳାଷ ଗ୍ରାମ ।
    ଭକ୍ତମେୟ ପରିବେଶରେ ଆଜି ଓଳାଷ ଗ୍ରାମର ଅଧିଷ୍ଠାତ୍ରୀ ଦେବୀଙ୍କ ମା ‘ ବୁଢ଼ୀ ସାହାରେଇ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଚାରି ଦିନିଆ ଉତ୍ସବର ପ୍ରଥମ ଦିନରେ ଅଙ୍କୁରାରୋପଣ ଓ ଶାଲା ମଣ୍ଡନ ହୋଇଥିବା ବେଳେ ୫ ଶହ ମହିଳାଙ୍କୁ ନେଇ କଳସ ଯାତ୍ରା କରାଯାଇଥିଲା । ଗ୍ରାମର ପଶ୍ଚିମ ଦିଗରେ ଥିବା ମୁଗୁରା ନଦୀରୁ ପାଣି ଆଣିବା ପରେ ଦେବାଦେବୀଙ୍କୁ ଆବାହନ, ପଞ୍ଚୁକର୍ମ, ବ୍ରାହ୍ମଣ ବରଣ, ସୂର୍ଯ୍ୟପୂଜା, ଗୋ ପୂଜା, ଶାଲା ପୂଜା ଓ ଅଗ୍ନି ସ୍ଥାପନ କରାଯାଇଥିଲା । ଏହାପରେ ନୂତନ ବିଗ୍ରହ ଗର୍ଭାଧାନ କାର୍ଯ୍ୟକ୍ରମ ହୋଇଥିଲେ । ଏହା ପରଦିନ ନୂତନ ବିଗ୍ରହଙ୍କର ମହାସ୍ନାନ ସହ ଶୟନ ଓ ସନ୍ଧ୍ୟା ଆଳତୀ ନୀତି ଅନୁଷ୍ଠିତ ହୋଇଥିଲା । ଶେଷ ଦିନ ମା’ ବୁଢ଼ୀ ସାହାରେଇ ଏବଂ ହନୁମାନଙ୍କ ପ୍ରାଣ ପ୍ରତିଷ୍ଠା ପରେ ବାଜାବାଣ ରୋଷଣିରେ ଗ୍ରାମ ପରିକ୍ରମା କରାଯାଇଥିଲା । ଏହାପରେ ନବଯୌବନ ଦର୍ଶନ, ବନ୍ଦାପନା, ମନ୍ଦିର ପ୍ରବେଶ ଓ ସ୍ନାନ ଇତ୍ୟାଦି କର୍ମ କରାଯାଇଥିଲା । ଭାବ ଓ ଭକ୍ତିମୟ ପରିବେଶରେ ପୂର୍ଣ୍ଣାହୂତି ଓ ଆଳତୀ ସମ୍ପୂର୍ଣ୍ଣ ହୋଇଥିଲା । ପୁରୀର ପ୍ରସିଦ୍ଧ ପଣ୍ଡିତ ସୁଦର୍ଶନ ଷଡ଼ଙ୍ଗୀ ଓ ଉମାକାନ୍ତ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କର୍ତ୍ତାଭାବେ ଦୀପକ ପରିଡ଼ା ଓ ରେଖା ପରିଡ଼ା ସପତ୍ନିକ ସମସ୍ତ ପୂଜା ବିଧି ସମ୍ପର୍ଣ୍ଣ କରିଥିଲେ । ମା’ ବୁଢ଼ୀ ସାହାରେଇ ମନ୍ଦିର ପରିଚାଳନା କମିଟି ଓ ପବିତ୍ର ଏଣ୍ଟରଟେନମେଣ୍ଟ ଆନୁକୂଲ୍ୟରେ ୪ ଦିନଧରି ଅଖଣ୍ଡ ଭଜନ ଓ ପ୍ରବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ପ୍ରଖ୍ୟାତ କଣ୍ଠ ଶିଳ୍ପୀ ଶ୍ରୀଚରଣ ମହାନ୍ତି, ସୌରଭ ନାୟକ, ମାନସୀ ପାତ୍ର, କରୁଣାକର ସେଠୀ, ସଂଗ୍ରାମ ମହାନ୍ତି, ଲୋପିତା ବେହେରା, ଦିପ୍ତିମୟୀ ଦାସ, ପ୍ରଭୁପାଦ ମହାନ୍ତି, ସୋମନାଥ ସାହୁ, ସୁଶାନ୍ତ ମିଶ୍ର, ନିହାର ରଞ୍ଜନ, ନମ୍ରତା ରାଉତ, ବୁଲୁ ମିଶ୍ର, ସନତ ପାଣିଗ୍ରାହୀ, ପ୍ରଭୁଦେବ ସ୍ୱାଇଁ, ଗୁରୁପ୍ରସାଦ, ଶରତ ନାୟକ, ସୌଜନ୍ୟ ରଥ, ଆଦ୍ୟଶା ଅଭିପ୍ରିୟା, କୁମାର ଦିଲ୍ଲୀପ ପ୍ରମୁଖ ମା’ଙ୍କ ଭଜନ ଗାଇଥିଲେ । ସେହିପରି ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ପ୍ରବକ୍ତା ବାବାଜୀ ସତ୍ୟାନନ୍ଦ ଦାସ ଓ ପ୍ରବକ୍ତା ଶ୍ରୀନିବାସ ଆଚାର୍ଯ୍ୟ ପ୍ରବଚନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତି ଗବେଷକ ଶରଣାରବିନ୍ଦ ଓଝା, ବ୍ୟଙ୍ଗକବି ଜ୍ଞାନହୋତା, ଘୋଷକ ସାସମଲ ମାନସ ମା’ଙ୍କ କଥା ବଖାଣିଥିଲେ । ଏହି ଅବସରରେ ପବିତ୍ର ଏଣ୍ଟରଟେନ୍‌ମେଣ୍ଟ ଦ୍ୱାରା ପ୍ରସ୍ତୁତ ମା ବୁଢ଼ୀ ସାହାରେଇଙ୍କ ୬ଟି ଭଜନ ଓ ସୁଧୀର ମହାନ୍ତିଙ୍କ ଲିଖିତ “ଜୟ ମା’ ବୁଢ଼ୀ ସାହାରେଇ ‘  ଲୋକାର୍ପିତ ହୋଇଥିଲା । ଉତ୍ସବରେ ସ୍ଥାନୀୟ ୧୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.2 ° C
    31.2 °
    31.2 °
    15 %
    1.2kmh
    0 %
    Sun
    33 °
    Mon
    41 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ