Sunday, October 4, 2026
29.6 C
Odisha

    କୋଏମ୍ବାଟୁରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍‌ ସୋ’କୁ ଅନୁମତି ଦେଲେ ମାଡ୍ରାସ ହାଇକୋର୍ଟ

    ଆଗକୁ ପଢନ୍ତୁ

    ଚେନ୍ନାଇ: ଆସନ୍ତା ୧୮ ତାରିଖରେ ତାମିଲନାଡୁର କୋଏମ୍ବାଟୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍‌ ସୋ’ ପାଇଁ ମାଡ୍ରାସ ହାଇକୋର୍ଟ ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ, ସୁରକ୍ଷା ବିପଦ ସମେତ ବିଭିନ୍ନ କାରଣ ଦର୍ଶାଇ ଜିଲ୍ଲା ପୁଲିସ ପ୍ରଶାସନ ରୋଡ୍‌ ସୋ’ ପାଇଁ ଅନୁମତି ଦେବାକୁ ମନା କରି ଦେଇଥିଲା। ତେବେ କେତେକ ସର୍ତ୍ତ ସହ ରୋଡ୍‌ ସୋ’କୁ ଅନୁମତି ଦେବାକୁ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

    ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦକ୍ଷିଣ ଭାରତ ଗସ୍ତରେ ଏହି ରୋଡ୍‌ ସୋ’ର ଆୟୋଜନ କରାଯାଇଛି। ଶିଳ୍ପ-ବୟନଶିଳ୍ପ ସହର କୋଏମ୍ବାଟୁରରେ ୩.୬ କିଲୋମିଟର ରୋଡ୍‌ ସୋ ପାଇଁ ବିଜେପି ଅନୁମତି ମାଗିଥିଲା।

    ତେବେ, ସୁରକ୍ଷା ବିପଦ, କୋଏମ୍ବାଟୁରର ସାମ୍ପ୍ରଦାୟିକ ଇତିହାସ ଏବଂ ସାଧାରଣ ଜନତା, ବିଶେଷକରି ଛାତ୍ରଛାତ୍ରୀଙ୍କ ଅସୁବିଧା ପାଇଁ ପୁଲିସ ପୂର୍ବରୁ ଅନୁମତି ନ ଦେବାର କିଛି କାରଣ ଦର୍ଶାଇଥିଲା। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ’ର ଶେଷ ବିନ୍ଦୁ ଥିଲା ଆରଏସ୍‌ ପୁରମ୍‌, ଯାହା ୧୯୯୮ ସିରିଏଲ୍‌ ବିସ୍ଫୋରଣ ହୋଇଥିବା ସ୍ଥାନ ମଧ୍ୟରୁ ଅନ୍ୟତମ ଥିଲା।

    କେବଳ ସେତିକି ନୁହେଁ କୋଏମ୍ବାଟୁରର ସାମ୍ପ୍ରଦାୟିକ ସମ୍ବେଦନଶୀଳ ପ୍ରକୃତିକୁ ଦୃଷ୍ଟିରେ ରଖି କୌଣସି ରାଜନୈତିକ ଦଳ କିମ୍ବା ଗୋଷ୍ଠୀକୁ ରୋଡ୍‌ ସୋ’ ପାଇଁ ଅନୁମତି ଦିଆଯାଇ ନଥିଲା। ମାର୍ଚ୍ଚ ୧୮ ଓ ୧୯ ତାରିଖରେ ସାର୍ବଜନୀନ ପରୀକ୍ଷା ହେବାକୁ ଥିବା ବେଳେ ରୋଡ୍‌ ସୋ’ ପାଇଁ ପ୍ରସ୍ତାବିତ ମାର୍ଗରେ ଏକାଧିକ ବିଦ୍ୟାଳୟ ରହିଛି। ଏହା ମଧ୍ୟ ଅନ୍ୟ ଏକ କାରଣ ରହିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ