Monday, March 30, 2026
27.4 C
Odisha

    ହାତ ଧରାଧରି ହୋଇ ରେଳ ଧାରଣାରେ ଜୀବନ ହାରିଲେ ବାପ ଓ ପୁଅ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ବାପ ଓ ପୁଅ ଏକାଠି ଜୀବନ ହାରି ଦେଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ବାପଙ୍କ ନାମ ହରିଶ ମେହତା (୬୦) ଓ ପୁଅଙ୍କ ନାମ ଜୟ ମେହତା (୩୫) ବୋଲି ଜଣାପଡ଼ିଛି । ଦୁହେଁ ନାଲାସୋପାରାରେ ବସବାସ କରୁଥିଲେ। ହରିଶ ଓ ଜୟ ଏକାଠି ଏପରି କାହିଁକି ଜୀବନ ହାରି ଦେଇଛନ୍ତି ତାହା ଖବର ‌ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିଲା। ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି। ପ୍ରତ୍ୟେକ୍ଷଦର୍ଶୀ ଓ ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଏହି ଘଟଣାଟି ଜୁଲାଇ ୮ ତାରିଖରେ ଘଟିଥିଲା। ମୁମ୍ବାଇଠାରୁ ପ୍ରାୟ ୩୨ କିମି ଦୂର ଭୟନ୍ଦର ରେଳ ‌ଷ୍ଟେସନ ନିକଟରେ ହରିଶ ଓ ଜୟ କଥାବାର୍ତ୍ତା ହୋଇ ପ୍ଲାଟଫର୍ମ ଅତିକ୍ରମ କରୁଥିଲେ।

    ଟ୍ରେନ୍ ଅତିକ୍ରମ କରିବା ପରେ ଉଭୟ ପ୍ଲାଟଫର୍ମର ଶେଷକୁ ଯାଇ ଧାରଣାକୁ ଓହ୍ଲାଇଥିଲେ। ଏହାପରେ ଯେଉଁ ଧାରଣାରେ ଟ୍ରେନ ଆସୁଥିଲା ଜାଣିଶୁଣି ହରିଶ ଓ ଜୟ ଦୁହେଁ ସେଠାକୁ ଚାଲି ଯାଇଥିଲେ। ସମୟ ଏତେ କମ ଥିଲା କି ଲୋକୋପାଇଲଟ ଚାହିଁକି ବି ବ୍ରେକ ଦେଇ ପାରି ନଥିଲେ। ଯଦି ହଠାତ ସେ ବ୍ରେକ ଦେଇ ଦେଇଥାଆନ୍ତେ ତେବେ ବଡ଼ ଅଘଟଣ ଘଟି ଯାଇଥାଆନ୍ତା। ‌ତେଣୁ ସେ ଭଗବାନଙ୍କୁ ଡାକି ଟ୍ରେନକୁ ଆଗକୁ ବଢ଼ାଇ ନେଇଥିଲେ।

    ଉକ୍ତ ଟ୍ରେନ ଧକ୍କାରେ ବାପ ଓ ପୁଅ ଦୁହିଁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ପରିଚୟ ଜାଣିବା ପରେ ପରିବାରଲୋକଙ୍କୁ ଖବର ଦେଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ