Monday, March 30, 2026
27.4 C
Odisha

    ନୀତି ଆୟୋଗ ବୈଠକରେ ତାଙ୍କ ମାଇକ୍‌ ‘ମ୍ୟୁଟ୍‌’ କରି ଦିଆଗଲା ବୋଲି ଅଭିଯୋଗ ଆଣିଲେ ମମତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିଭିନ୍ନ ବିକାଶ ପ୍ରସଙ୍ଗ ଏବଂ ନୀତି ସମ୍ବନ୍ଧୀୟ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ନୀତି ଆୟୋଗର ନବମ ଶାସକ ପରିଷଦ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକକୁ ଅନେକ ବିରୋଧୀ ଦଳର ସଦସ୍ୟ ବୟକଟ୍‌ କରିଥିବା ବେଳେ ସେଠାରେ ଉପସ୍ଥିତ ରହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେବେ ସେ ଏବେ ଅଭିଯୋଗ ଆଣିଛନ୍ତି ଯେ ଯେତେବେଳେ ବୈଠକରେ ନିଜର ମତ ରଖିବାକୁ ଯାଇଥିଲେ ତ ତାଙ୍କ ମାଇକ୍‌କୁ ବନ୍ଦ କରି ଦିଆଯାଇଥିଲା। ସେ ସେଠାରେ ପାଞ୍ଚ ମିନିଟରୁ ଅଧିକ ସମୟ ପାଇଁ କଥା କହି ପାରିନଥିଲେ। ଯାହାକି ବେଶ୍‌ ଅପମାନଜନକ।

    ଦିଲ୍ଲୀରେ ଆୟୋଜିତ ହୋଇଥିବା ଏହି ବୈଠକରେ ବିରୋଧୀ ଶାସିତ ରାଜ୍ୟରୁ ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀ ଉପସ୍ଥିତ ହୋଇଥିଲେ। ମାତ୍ର ସେ ଦାବି କରିଛନ୍ତି ଯେ ଯେତେବେଳେ ସେ ପଶ୍ଚିମବଙ୍ଗକୁ କେନ୍ଦ୍ରୀୟ ପାଣ୍ଠିରୁ ବାରଣ କରାଯିବା ପ୍ରସଙ୍ଗ ଉଠାଇଥିଲେ ସେତେବେଳେ ତାଙ୍କ ମାଇକ୍ ମ୍ୟୁଟ୍ କରି ଦିଆଯାଇଥିଲା।

    ଏହାକୁ ଏକ ଅପମାନ ବୋଲି ଦର୍ଶାଇ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ମୁଖ୍ୟ କହିଛନ୍ତି, “ମୋତେ ମାତ୍ର ପାଞ୍ଚ ମିନିଟ୍ କଥା ହେବାକୁ ଅନୁମତି ଦିଆଯାଇଥିବା ବେଳେ ମୋ ପୂର୍ବରୁ ଅନ୍ୟମାନେ ୨୦ ମିନିଟ୍ ଲମ୍ୱା କଥା ହୋଇଥିଲେ। ମୁଁ ମୋର ବିରୋଧ ପ୍ରଦର୍ଶନ କରି ବାହାରକୁ ଆସିଗଲି।” ବାନାର୍ଜୀ କହିଛନ୍ତି ଯେ ‘‘ମୁଁ ପଶ୍ଚିମବଙ୍ଗକୁ ଦିଆଯାଉ ନ ଥିବା କେନ୍ଦ୍ରୀୟ ପାଣ୍ଠି ବିଷୟରେ କହୁଥିଲି, ଯେତେବେଳେ ସେମାନେ ମୋର ମାଇକ୍ ମ୍ୟୁଟ୍ କରିଥିଲେ।’’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ