Thursday, September 10, 2026
23.9 C
Odisha

    ପ୍ରଧାନମନ୍ତ୍ରୀଙ୍କୁ ମମତାଙ୍କ ଦ୍ବିତୀୟ ଚିଠି: ସମ୍ବେଦନଶୀଳ ମାମଲାରେ ଜବାବ ମିଳୁନି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଦେଶରେ ଦୁଷ୍କର୍ମ ମାମଲା ବଢ଼ୁଥିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଦ୍ବିତୀୟ ଚିଠି ଲେଖିଛନ୍ତି। ଏହି ଚିଠିର ଏକ କପି ମମତା ଏକ୍ସରେ ପୋଷ୍ଟ୍‌ କରିଛନ୍ତି। କେନ୍ଦ୍ର ସରକାର ତାଙ୍କ ଅନୁରୋଧକୁ ଗୁରୁତ୍ବ ଦେଇନଥିବା ଏହି ଚିଠିରେ ଅଭିଯୋଗ ହୋଇଛି। ମମତା କହିଛନ୍ତି, ସମ୍ବେଦନଶୀଳ ପ୍ରସଙ୍ଗରେ ଏଯାଏଁ କୌଣସି ଜବାବ ମିଳିଲାନି। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀଙ୍କଠାରୁ ସେ ତାଙ୍କ ପୂର୍ବ ଚିଠିର ଜବାବ ପାଇଥିବା କହିଛନ୍ତି। କିନ୍ତୁ ଏଥିରେ ତାଙ୍କର ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନର ଉତ୍ତର ନାହିଁ। ମମତା‌ କହିଛନ୍ତି, ସେ ତାଙ୍କ ଚିଠିରେ ଯେଉଁ ପ୍ରସଙ୍ଗ ଉଠାଇଥିଲେ ତା’ର ଜବାବ ସେ ପାଇନାହାନ୍ତି।

    ଅନ୍ୟପକ୍ଷରେ ବିଜେପି ମମତାଙ୍କୁ କହିଛି ଯେ ଚିଠି ଲେଖିବା ବନ୍ଦ କରି ରାଜ୍ୟରେ ମହିଳାଙ୍କ ସୁରକ୍ଷା ପାଇଁ ସେ କାହିଁକି କିଛି ପଦକ୍ଷେପ ନେଇନାହାନ୍ତି ସେ ସଂପର୍କରେ ରାଜ୍ୟବାସୀଙ୍କୁ ଜଣାଇବା ଜରୁରୀ। ମମତା ନିଜେ ଯେଉଁଥିପାଇଁ ଉତ୍ତରଦାୟୀ, ତାହାକୁ ସେ ମିଥ୍ୟାର ଆଶ୍ରୟ ନେଇ ଏଡ଼ାଇ ପାରିବେ ନାହିଁ ବୋଲି ବିଜେପି କହିଛି। ଉଲ୍ଲେଖଯୋଗ୍ୟ, ମମତା ବାନାର୍ଜୀଙ୍କ ପ୍ରଥମ ଚିଠିର ଜବାବ ଦେଇ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ରାଜ୍ୟ ସରକାରଙ୍କୁ କଡ଼ା ସମା‌ଲୋଚନା କରିଥିଲେ। ମହିଳା ଏବଂ ଶିଶୁମାନଙ୍କ ସୁରକ୍ଷା ଦିଗରେ ରାଜ୍ୟ ସରକାର କାହିଁକି ଉଚିତ ପଦ‌କ୍ଷେପ କାର୍ଯ୍ୟକାରୀ କରୁନାହାନ୍ତି ସେ ବାବଦରେ ତତ୍କାଳ ଜବାବ ରଖିବାକୁ ସେ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.9 ° C
    23.9 °
    23.9 °
    96 %
    1.1kmh
    100 %
    Thu
    24 °
    Fri
    27 °
    Sat
    28 °
    Sun
    29 °
    Mon
    29 °

    ସମ୍ବନ୍ଧିତ