Monday, April 6, 2026
23.6 C
Odisha

    କୋଲକାତାରେ ମମତା ବାନାର୍ଜୀଙ୍କ ସଦଭାବନା ରାଲି

    ଆଗକୁ ପଢନ୍ତୁ

    କଲିକତା:ମମତା ବାନାର୍ଜୀଙ୍କ ସଦଭାବନା ରାଲି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୋଲକାତାର କାଳୀ ମନ୍ଦିରରୁ ବାହାରିଥିଲା ଏ ସଦଭାବନା ରାଲି। କାଳୀଘାଟ ମନ୍ଦିରରେ ପୂଜାର୍ଚ୍ଚନା ପରେ ମମତା ଏହି ରାଲି ଆରମ୍ଭ କରିଥିଲେ। ମମତାଙ୍କ ସଂଗତି ରାଲି କୋଲକାତାର ହଜରା ମୋରେ ଅଂଚଳରୁ ବାହାରିଥିଲା। ହଜାର ହଜାର ସଂଖ୍ୟାରେ ସାଧାରଣ ଜନତାଙ୍କ ସମେତ ଟିଏମସିର ନେତା ଓ କର୍ମୀ ଏହି ରାଲିରେ ସାମିଲ ହୋଇଥିଲେ। ଏହି ରାଲିରେ ମମତା ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ସହ ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ବାରା ଦର୍ଶନ କରିଛନ୍ତି। ଏହି ରାଲି ପରେ ପାର୍କ ସର୍କସ ମୈଦାନରେ ଏକ ବିଶାଳ ଜନସମାଗମକୁ ସମ୍ବୋଧିତ କରିଥିଲେ ମମତା ବାନାର୍ଜୀ। ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଆଜି ଅଯୋଧ୍ୟାରେ ରାମ ମନ୍ଦିରର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ନଦେଇ ମମତା ଏହି ରାଲିର ଆୟୋଜନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    73 %
    1.7kmh
    3 %
    Sun
    24 °
    Mon
    38 °
    Tue
    35 °
    Wed
    37 °
    Thu
    37 °

    ସମ୍ବନ୍ଧିତ