Tuesday, October 6, 2026
22.3 C
Odisha

    ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ କରାଯାଉ ଘୋଷଣା । ରାଜ୍ୟସଭାରେ ଦାବି ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

    ଆଗକୁ ପଢନ୍ତୁ

    ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ ସଂସଦରେ ଉଠିଲା ଦାବି । ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ରାଜ୍ୟସଭାରେ ଏହି ଦାବି ଉଠାଇଛନ୍ତି । ବଜ୍ରପାତ ଯୋଗୁଁ କେମିତି ଲୋକଙ୍କ ଜୀବନ ଯାଉଛି, ଆଇଏମଡିର ତଥ୍ୟକୁ ଉପସ୍ଥାପନ କରି ଏହାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ ଦାବି ଜଣାଇଛନ୍ତି ସାଂସଦ ।ମାନସ କହିଛନ୍ତି, ଆଇଏମଡିର ତଥ୍ୟ ଅନୁସାରେ ବଜ୍ରପାତ ଯୋଗୁଁ ଦେଶରେ ପ୍ରତିବର୍ଷ ପ୍ରାୟ ଅଢ଼େଇ ହଜାର ଲୋକଙ୍କର ମୃତ୍ୟୁ ହେଉଛି । ସେମାନଙ୍କ ମଧ୍ୟରୁ ପ୍ରାୟ ୯୬% ହେଉଛନ୍ତି ଗ୍ରାମାଞ୍ଚଳର । ଯେଉଁମାନେ କି କୃଷକ, ଗୋରୁ ଚରାଳି, ମତ୍ସ୍ୟଜୀବୀ ଓ ଶ୍ରମିକ ଶ୍ରେଣୀର । ଶେଷ ବର୍ଷର ତଥ୍ୟ ଅନୁସାରେ ଓଡିଶାରେ ସର୍ବାଧିକ ବଜ୍ରପାତ ହୋଇଛି । ପାଣିପାଗ ପରିବର୍ତନ ଓ ଅନ୍ୟ ସବୁ କାରଣରୁ ଓଡିଶାରେ ଅଧିକ ବଜ୍ରପାତ ହେଉଛି । ତେବେ ରାଜ୍ୟ ସରକାରଙ୍କ ପଦକ୍ଷେପ ଯୋଗୁଁ ୨୦୧୯-୨୦ ତୁଳନାରେ ୨୦୨୦-୨୧ରେ ଓଡିଶାରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା କମ୍ ହୋଇଛି । ଓଡିଶା ସରକାର ୨୦୧୫ରେ ବଜ୍ରପାତକୁ ଷ୍ଟେଟ୍- ସ୍ପେଶିଫିକ୍-ଡିଜାଷ୍ଟର ବିପର୍ଯ୍ୟୟ ଘୋଷଣା କରିଥିଲେ । ବଜ୍ରପାତ ରୋକିବା ପାଇଁ ଅନ୍ୟାନ୍ୟ ପଦକ୍ଷେପ ବି ନେଇଛନ୍ତି ।ବଜ୍ରପାତରେ ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ଦିଆଯାଉଛି । ତେବେ ବଜ୍ରପାତକୁ କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ କ୍ଷତିଗ୍ରସ୍ତ ପରିବାର ଅଧିକ ଉପକୃତ ହେବେ । ଅଧିିକ ଆର୍ଥିକ ସହାୟତା ପାଇପାରିବେ । ତେଣୁ ଏଥିପାଇଁ ପଦକ୍ଷେପ ନିଆଯାଉ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    79 %
    1kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ