Tuesday, March 17, 2026
36.4 C
Odisha

    ମୁଁ ଜେଲରେ ଥିବା ବେଳେ ମନମୋହନଙ୍କ ମାନବିକତାକୁ କରିଥିଲି ସଲାମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦୁଇଥର ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂହଙ୍କୁ ସାରା ବିଶ୍ୱରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ଏହି ଶ୍ରଦ୍ଧାଞ୍ଜଳି ମଧ୍ୟରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ବି ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
    ଅନୱର ଇବ୍ରାହିମ୍ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଟ୍ୱିଟ୍ କରି ଲେଖିଛନ୍ତି, ମୋର ସମ୍ମାନିତ ଭାଇ ଓ ପ୍ରିୟ ବନ୍ଧୁ ଡକ୍ଟର ମନମୋହନ ସିଂହଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଆଜି ମୋର ୧୯୯୦ ଦଶକ ସମୟର କଥା ମନେ ପଡ଼ିଯାଉଛି। ସେ ସମୟରେ ମୁଁ ଏକ ରାଜନୈତିକ ଷଡ଼ଯନ୍ତ୍ରର ଅଂଶ ଭାବରେ ଜେଲ୍ ଯାଇଥିଲି। କିନ୍ତୁ ତାଙ୍କର ଏହି ପ୍ରସ୍ତାବ ମୋ ଉପରେ ଏକ ସ୍ଥାୟୀ ଛାପ ପକାଇଥିଲା। ଏଭଳି ମହାନ ନେତାଙ୍କ ସ୍ନେହ ପାଇବା ମୋ ପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ ଥିଲା । ତାଙ୍କ ଭଳି ଦ୍ବିତୀୟ ମଣିଷ ମୁଁ ଆଜି ପର୍ଯ୍ୟନ୍ତ ପାଇ ପାରିନାହିଁ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.4 ° C
    36.4 °
    36.4 °
    19 %
    3.8kmh
    86 %
    Tue
    35 °
    Wed
    36 °
    Thu
    36 °
    Fri
    35 °
    Sat
    33 °

    ସମ୍ବନ୍ଧିତ