Friday, September 20, 2024
25.1 C
Odisha

    ମନୋଜ ଆହୁଜା ହେଲେ ମୁଖ୍ୟ ଶାସନ ସଚିବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର; ମନୋଜ ଆହୁଜା ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ମୁଖ୍ୟ୍ୟ ଶାସନ ସଚିବ ଦାୟିତ୍ୱ ସହ ସାଧାରଣ ପ୍ରଶାସନ(ଜିଏ) ଏବଂ ସାଧାରଣ ଅଭିଯୋଗ(ପିଜି) ବିଭାଗର ସଚିବ ଭାବେ ସେ କାର୍ଯ୍ୟ କରିବେ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ରାଜ୍ୟ ସରକାର ଚାକିରିରୁ ଅବସର ଦେଇଛନ୍ତି । ଆସନ୍ତା ୩୦ ତାରିଖ ହେଉଛି ତାଙ୍କ ସରକାରୀ ଚାକିରିର ଶେଷ ଦିନ ।
    ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ହେଉଛନ୍ତି ଓଡ଼ିଶା କ୍ୟାଡରର ଆଇଏଏସ୍ ଅଫିସର । ୨୦୧୭ ମସିହାରୁ କେନ୍ଦ୍ରୀୟ ଡେପୁଟେସନ୍ ଥିଲେ । ଏବେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ । ନିକଟରେ ତାଙ୍କର କେନ୍ଦ୍ରୀୟ ଡେପୁଟେସନ୍ ଅବଧିକୁ ସମାପ୍ତ କରି ଓଡ଼ିଶା ଫେରାଇଦେବାକୁ ରାଜ୍ୟର ବିଜେପି ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ । ଗତ ୨୫ ତାରିଖରେ ରାଜ୍ୟ ସରକାରଙ୍କ ଅନୁରୋଧକୁ ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ବିଚାର କରି ତାଙ୍କୁ ଓଡ଼ିଶା ଫେରିବାକୁ ଅନୁମତି ଦେଇଥିଲେ ।
    ଜଣେ ଦକ୍ଷ ଆଇଏଏସ୍ ଅଫିସର ଭାବେ ଶ୍ରୀ ଆହୁଜାଙ୍କର ଯଥେଷ୍ଟ ସୁନାମ ରହିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ସେ ଅତ୍ୟନ୍ତ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି । ଆସନ୍ତା ଡିସେମ୍ବରରେ ସେ ଚାକିରିରୁ ଅବସର ନେବେ । ଅବଶ୍ୟ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳକୁ ବୃଦ୍ଧି କରିପାରନ୍ତି ।
    ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କର ୬ ମାସିଆ ବର୍ଦ୍ଧିତ କାର୍ଯ୍ୟକାଳ ଆସନ୍ତା ୩୦ ତାରିଖରେ ଶେଷ ହେଉଛି । ତାଙ୍କ କାର୍ଯ୍ୟକାଳ ଆହୁରି ୬ ମାସ ବୃଦ୍ଧି ପାଇପାରେ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ମନୋଜ ଆହୁଜାଙ୍କ ନିଯୁକ୍ତି ସହ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଶ୍ରୀ ଜେନାଙ୍କୁ ସରକାରୀ ଚାକିରିରୁ ଅବସର ଦେଇଛନ୍ତି ରାଜ୍ୟ ସରକାର । ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ମିଳିପାରେ ବୋଲି ଆଲୋଚନା ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.1 ° C
    25.1 °
    25.1 °
    88 %
    1.4kmh
    23 %
    Fri
    25 °
    Sat
    32 °
    Sun
    31 °
    Mon
    31 °
    Tue
    30 °

    ସମ୍ବନ୍ଧିତ